Categories: ଖେଳ

ଟିମ ଇଣ୍ଡିଆ ସହିତ ଦେଖାଯାଉଥିବା ରହସ୍ୟମୟୀ ଝିଅ କିଏ ?…

ନୂଆଦିଲ୍ଲୀ,୧୦।୧୨ : ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ପୂର୍ବରୁ ଜଣେ ରହସ୍ୟମୟୀ ଝିଅ ସାମ୍ନାକୁ ଆସିଛନ୍ତି। ରିଙ୍କୁ ସିଂ ନେଇଥିବା ସେଲଫିରେ ଏହି ରହସ୍ୟମୟୀ ଝିଅଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଏହି ରହସ୍ୟମୟୀ ଝିଅଙ୍କୁ ପୂର୍ବରୁ ଅନେକ ଥର ମହେନ୍ଦ୍ର ସିଂ ଧୋନି ଏବଂ କେବେ ରୋହିତ ଶର୍ମାଙ୍କ ସହ ଦେଖିବାକୁ ମିଳିଛି। ଏହା ବ୍ୟତୀତ ତାଙ୍କୁ ବିସିସିଆଇ ସଚିବ ଜୟ ଶାହାଙ୍କ ସହ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ରହସ୍ୟମୟୀ ଝିଅ କିଏ ଜାଣିବାକୁ ଆଗ୍ରହୀ । ଏହି ଝିଅ କିଏ ଯିଏ ସର୍ବଦା ଭାରତୀୟ ଦଳ ସହିତ ଦେଖାଯାଇଥାନ୍ତି।

ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପୂର୍ବରୁ ମଧ୍ୟ ଏହି ରହସ୍ୟମୟୀ ଝିଅ ପୁଣି ଥରେ ଆଲୋଚନାକୁ ଆସିଛନ୍ତି। ଏହି ରହସ୍ୟମୟୀ ଝିଅଙ୍କର ନାମ ରାଜଲକ୍ଷ୍ମୀ ଆରୋରା, ସେ ଟିମ ଇଣ୍ଡିଆ ସହିତ କାମ କରନ୍ତି। ସେ ଭାରତୀୟ ଦଳରେ ଡିଜିଟାଲ ଉତ୍ପାଦନରେ କାମ କରନ୍ତି, ସେଥିପାଇଁ ସେ ସର୍ବଦା ଭାରତୀୟ ଦଳ ସହିତ ରୁହନ୍ତି। କେବଳ ଭାରତୀୟ ଦଳରେ ନୁହେଁ, ଆଇପିଏଲ ସମୟରେ ସେ ଦଳ ସହ ମଧ୍ୟ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଯାହା ବି ଫଟୋ କିମ୍ବା ଭିଡିଓ ପୋଷ୍ଟ କରାଯାଏ, ଏହା ତାଙ୍କ ତତ୍ତ୍ୱାବଧାନରେ କରାଯାଇଥାଏ।ସେ ସୋସିଆଲ ମିଡିଆରେ ଦଳର ଫଟୋ କିମ୍ବା ଭିଡିଓ ପୋଷ୍ଟ କରନ୍ତି। ଖେଳାଳିଙ୍କ ସାକ୍ଷାତକାର ଠାରୁ ବିସିସିଆଇ ଦ୍ୱାରା ଅଂଶୀଦାର ହୋଇଥିବା ସମସ୍ତ ଭିଡିଓ ପଛରେ ସେ ରହିଥାନ୍ତି।

ସେ ଜଣେ କଣ୍ଟେଟ ଲେଖିକା ଭାବେ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ, କିନ୍ତୁ ପରେ ସେ ବିସିସିଆଇ ସହିତ କାମ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଦୀର୍ଘ ଦିନ ଧରି ବିସିସିଆଇ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପୂର୍ବରୁ ତାଙ୍କ ଫଟୋ ପୁଣି ଥରେ ଭାଇରାଲ ହୋଇଛି। କ୍ରିକେଟ ପ୍ରଶଂସକମାନେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।

Share