ଓ୍ବାଶିଂଟନ,୧୩।୩: କରୋନା ଭୂତାଣୁର ଲିକ୍ ନେଇ ନାନା ଚର୍ଚ୍ଚା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ରାଷ୍ଟ୍ର ଏହାର ଉତ୍ପତ୍ତି ସାର୍ବଜନୀନ କରିବାକୁ ଦାବି କରୁଛନ୍ତି। ଏପରିସ୍ଥଳେ ଆମେରିକା ଗୁପ୍ତଚର ଏଜେନ୍ସି ଦ୍ୱାରା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଖକୁ ମଞ୍ଜୁରୀ ପାଇଁ ପଠାଯାଇଥିବା ରିପୋର୍ଟ ଉପରେ ସମସ୍ତରଙ୍କର ନଜର ରହିଛି।
ଉହାନ ଲ୍ୟାବରେ ଜଣେ ରହସ୍ୟମୟୀ ମହିଳା ଟେକ୍ନିସିଆନ ଲ୍ୟାବରୁ ଏହି କରୋନା ଭୂତାଣୁ ଲିକ ହୋଇଥିବା ଦାବି କରିଥିଲେ। ଯଦିଓ ସେ ନିଖୋଜ ହେବା ପରେ ଆଉ ତାଙ୍କ ବିଷୟରେ କିଛି ଶୁଣାଯାଇ ନ ଥିଲା। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଆନୁଷ୍ଠାନିକ ଭାବରେ କହିଛି ଯେ ହଠାତ ଲ୍ୟାବରୁ ଏହା ଲିକ ହୋଇଛି। କିନ୍ତୁ ପ୍ରଥମେ ଲିକ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ରହସ୍ୟମୟୀ ମହିଳାଙ୍କ ଖୋଜ ଖବର ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି।