କୁଏତ ସିଟି,୧୭।୧୨: କୁଏତର ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଶେଖ ମେଶାଲଙ୍କୁ ନୂତନ ଆମିର ଘୋଷିତ କରାଯାଇଛି। ସୂଚନାଯୋଗ୍ୟ ଯେ ଆମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ଡିସେମ୍ବର ୧୬ରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏଭଳି ପରିସ୍ଥିତିରେ ଶେଖ ମେଶଲ ବର୍ତ୍ତମାନ କୁଏତର ନୂତନ ଆମିରଙ୍କ ଦାୟିତ୍ୱ ଗ୍ରହଣ କରିବେ।
ତେବେ ଏହି ଦାୟିତ୍ୱ ୮୩ ବର୍ଷିୟ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ସବାଙ୍କ ନିକଟକୁ ୨୦୨୧ରେ ଆସିଥିଲା, ଯେତେବେଳେ କୁଏତର ବର୍ତ୍ତମାନର ଶାସକ ଶେଖ ନୱାଫ ତାଙ୍କର ଅଧିକାଂଶ କାର୍ଯ୍ୟ ସାନଭାଇଙ୍କୁ ଦେଇଥିଲେ। କୁଏତର ସମ୍ବିଧାନ ଅନୁଯାୟୀ, ଯେତେବେଳେ ପୂର୍ବବର୍ତ୍ତି ଅମିର ଅକ୍ଷମ ହେଲେ କ୍ରାଉନ ପ୍ରିନ୍ସ ଅମିର ହୁଅନ୍ତି। ତିନି ବର୍ଷ ପୂର୍ବେ କ୍ରାଉନ ପ୍ରିନ୍ସ ହେବା ପୂର୍ବରୁ ଶେଖ ମେଶାଲ ନିଜର ଅଧିକାଂଶ କ୍ୟାରିୟରଯର ଅଂଶ ଗଲ୍ଫ ରାଜ୍ୟର ସୁରକ୍ଷା ତଥା ପ୍ରତିରକ୍ଷା ପାଇଁ ଉତ୍ସର୍ଗ କରିଥିଲେ।
ଶେଖ ମେଶାଲଙ୍କ ପରିବାର ୧୭୫୨ରୁ କୁଏତ ଉପରେ ଶାସନ କରିଆସୁଛନ୍ତି ଏବଂ ବର୍ତ୍ତମାନ ଶେଖ ମେଶାଲଙ୍କ ଉତ୍ତରାଧିକାରୀ ହେବେ। ୧୯୯୧ରେ କୁଏତ ରାଜ ପରିବାରର ମୂଲ୍ୟ ୯୦ ବିଲିୟନ ଆମେରିକୀୟ ଡଲାର ଥିଲା। କିନ୍ତୁ ଯେହେତୁ ସେମାନଙ୍କ ଷ୍ଟକ ଏବଂ ସେୟାରର ମୂଲ୍ୟ ବୃଦ୍ଧି ପାଇଛି, ଆଜି ପରିବାରର ମୂଲ୍ୟ ପ୍ରାୟ ୩୬୦ ବିଲିୟନ ଡ଼ଲାର ହୋଇଛି।