କିଏ ହେବେ ଭାଜପାର ହାଇକମାଣ୍ଡ ? ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ, ୧୦ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ସମ୍ପର୍ଣ୍ଣ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏପରିସ୍ଥଳେ ଭାଜପାର ଆଗାମୀ ଅଧ୍ୟକ୍ଷ ବା ହାଇକମାଣ୍ଡ କିଏ ହେବେ ସେ ନେଇ ପ୍ରଶ୍ନ ଉଠିଛି । କାରଣ ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଗତକଲି ଶପଥ ନେଇଛନ୍ତି । ଭାଜପା ଦଳ ଜଣେ ଭଲ ଏବଂ ଦକ୍ଷ ଚେହେରା ଏହି ଗୁରୁତ଼୍ବପୂର୍ଣ୍ଣ ପଦ ପାଇଁ ଖୋଜୁଥିବା ଜଣାପଡ଼ିଛି ।
ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଗତ ବର୍ଷ ଡିସେମ଼୍ବର ମାସରେ ସରିଥିଲା । କିନ୍ତୁ ଦଳ ପକ୍ଷରୁ ତାଙ୍କ କର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଥିଲା। ଯାହାକି ଚଳିତ ମାସ ୩୦ ତାରିଖରେ ଶେଷ ହେବ । ସେଥିପାଇଁ ଭାଜପାର ନୂଆ ଅଧ୍ୟକ୍ଷ ଖୋଜା ଚାଲିଛି। ଏଥିପାଇଁ ଯେଉଁ ବରିଷ୍ଠ ନେତାମାନଙ୍କ ନାମ ଚର୍ଚ୍ଚା ହୋଇଥିଲା ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍‌ କରାଯାଇଛି। ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପାର୍ଟିର ମୁଖ୍ୟ କରାଯିବା ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ଛଡ଼ା ମନୋହର ଲାଲ୍‌ ଖଟ୍ଟର ମଧ୍ୟ ଏହି ରେସ୍‌ରେ ଥିଲେ। କିନ୍ତୁ ଏହି ଦୁଇ ନେତାଙ୍କୁ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ଼୍ବ ମିଳିଛି। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଏହି ରେସ୍‌ରେ ଥିଲା । ଏମାନେ ପୁଣିଥରେ ମନ୍ତ୍ରୀ ହେବେ।
ତେବେ ହାଇକମାଣ୍ଡ ରେସ୍‌ରେ ଏବେ ତିନି ଜଣ ନେତାଙ୍କ ନାମ ରେସ୍‌ର ଆଗରେ ରହିଛି । ସେମାନେ ହେଲେ ବିନୋଦ ତାୱଡ଼େ, ସୁନୀଲ ବଂଶଲ ଏବଂ ଅନୁରାଗ ଠାକୁର ।


Enter your email to get our daily news in your inbox.

All Right Reserved By Dharitri.Com

ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ...

‘ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି, ଏହା ଆମକୁ ଅଧିକ ଶକ୍ତିଶାଳୀ କରିବ’: ନବୀନ

ଭୁବନେଶ୍ୱର,୧୧।୯: ବୁଧବାର ଅନୁଷ୍ଠିତ ବିଜୁ ଜନତା ଯୁବ ଦଳର ବୈଠକରେ ଦଳ ଛାଡୁଥିବା ନେତାମାନଙ୍କୁ କଟାକ୍ଷ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ଦଳର...

ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ

ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ...

ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି…

ଭୁବନେଶ୍ୱର,୪ା୯: ବିଜେଡି ସୁପ୍ରିମୋ ବୁଧବାର ଭାଜପାକୁ କଡ଼ା ଟାର୍ଗେଟ୍‌ କରିଥିବା ବେଳେ ଭାଜପା ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଭାଜପାର ମୁଖପାତ୍ର ଉର୍ମିଳା ମହାପାତ୍ର...

ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ, କିନ୍ତୁ କାମରେ ଜିରୋ, କାହିଁକି ଏମିତି କହିଲେ ନବୀନ

ଭୁବନେଶ୍ୱର,୪ା୯: ଶଙ୍ଖ ଭବନରେ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଛନ୍ତି। ନବୀନ କହିଛନ୍ତି, ଭାଜପା ନିର୍ବାଚନ...

ଲୋକମାନେ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ, ଅଭିଯୋଗ ଆସିଲେ…

କଟକ,୪ା୯: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ...

ମୋହନ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ, କହିଲେ ମୋ’ ସରକାରରେ…

ଭୁବନେଶ୍ୱର,୩୧ା୮: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି। ନବୀନ ବାଲେଶ୍ବର ଏବଂ ଜଟଣୀରେ...

ବିଧାନସଭାରେ ବଡ଼ଭାଇ କେ.ଭି ସିଂଙ୍କୁଏହି ପ୍ରଶ୍ନ କଲେ ସାନଭାଇ କଳିକେଶ, ଉତ୍ତରରେ ବଡ଼ ଭାଇ କହିଲେ…

ଭୁବନେଶ୍ୱର,୨୮ା୮: ବିଧାନସଭାରେ ଆଜିର ପ୍ରଶ୍ନ ଉତ୍ତର ବେଶ୍‌ ଆଖିଦୃଶିଆ ତଥା ହାସ୍ୟରୋଳ ବି ଥିଲା। ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାନ ଭାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri