Categories: ରାଜନୀତି

କିଏ ହେବେ ଭାଜପାର ହାଇକମାଣ୍ଡ ? ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ, ୧୦ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ସମ୍ପର୍ଣ୍ଣ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏପରିସ୍ଥଳେ ଭାଜପାର ଆଗାମୀ ଅଧ୍ୟକ୍ଷ ବା ହାଇକମାଣ୍ଡ କିଏ ହେବେ ସେ ନେଇ ପ୍ରଶ୍ନ ଉଠିଛି । କାରଣ ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଗତକଲି ଶପଥ ନେଇଛନ୍ତି । ଭାଜପା ଦଳ ଜଣେ ଭଲ ଏବଂ ଦକ୍ଷ ଚେହେରା ଏହି ଗୁରୁତ଼୍ବପୂର୍ଣ୍ଣ ପଦ ପାଇଁ ଖୋଜୁଥିବା ଜଣାପଡ଼ିଛି ।
ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଗତ ବର୍ଷ ଡିସେମ଼୍ବର ମାସରେ ସରିଥିଲା । କିନ୍ତୁ ଦଳ ପକ୍ଷରୁ ତାଙ୍କ କର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଥିଲା। ଯାହାକି ଚଳିତ ମାସ ୩୦ ତାରିଖରେ ଶେଷ ହେବ । ସେଥିପାଇଁ ଭାଜପାର ନୂଆ ଅଧ୍ୟକ୍ଷ ଖୋଜା ଚାଲିଛି। ଏଥିପାଇଁ ଯେଉଁ ବରିଷ୍ଠ ନେତାମାନଙ୍କ ନାମ ଚର୍ଚ୍ଚା ହୋଇଥିଲା ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍‌ କରାଯାଇଛି। ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପାର୍ଟିର ମୁଖ୍ୟ କରାଯିବା ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ଛଡ଼ା ମନୋହର ଲାଲ୍‌ ଖଟ୍ଟର ମଧ୍ୟ ଏହି ରେସ୍‌ରେ ଥିଲେ। କିନ୍ତୁ ଏହି ଦୁଇ ନେତାଙ୍କୁ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ଼୍ବ ମିଳିଛି। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଏହି ରେସ୍‌ରେ ଥିଲା । ଏମାନେ ପୁଣିଥରେ ମନ୍ତ୍ରୀ ହେବେ।
ତେବେ ହାଇକମାଣ୍ଡ ରେସ୍‌ରେ ଏବେ ତିନି ଜଣ ନେତାଙ୍କ ନାମ ରେସ୍‌ର ଆଗରେ ରହିଛି । ସେମାନେ ହେଲେ ବିନୋଦ ତାୱଡ଼େ, ସୁନୀଲ ବଂଶଲ ଏବଂ ଅନୁରାଗ ଠାକୁର ।