Categories: ଖେଳ

ସବୁଠାରୁ ବୟସ୍କ ଟି-୨୦ ବିଶ୍ୱକପ୍‌ ଜିତିଥିବା କ୍ୟାପଟେନ କିଏ? ଲିଷ୍ଟର ଟପ୍‌ରେ ଭାରତୀୟ ଷ୍ଟାର୍‌ଙ୍କ ନାଁ

ନୂଆଦିଲ୍ଲୀ,୩୦।୬: ଟି-୨୦ ୨୦୨୪ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ୧୭ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ରୋହିତ ୩୭ ବର୍ଷ ବୟସରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଟି-୨୦ ବିଶ୍ୱକପ ଜିତିବାରେ ସର୍ବ ପୁରାତନ ଅଧିନାୟକ କିଏ? ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ୨୦୨୧ରେ ୩୪ବର୍ଷ ବୟସରେ ଏହି ଟାଇଟଲ ଜିତିଥିଲେ। ତେବେ ସବୁଠାରୁ ଅଧିକ ବୟସରେ ବିଶ୍ୱକପ ଜିତିଥିବା ଅଧିନାୟକଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିବା ରୋହିତ ଶର୍ମା ବିଶ୍ୱକପ ଜିତିବାରେ ସର୍ବ ପୁରାତନ ଅଧିନାୟକ ହୋଇଛନ୍ତି। ରୋହିତ ୩୭ବର୍ଷ ବୟସରେ ବିଶ୍ୱକପ ହାତେଇଛନ୍ତି। ଏହା ସହ ସେ ଟି-୨୦ କ୍ରିକେଟରୁ ମଧ୍ୟ ଅବସର ନେଇଛନ୍ତି।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚଙ୍କ ସମୟରେ ୨୦୨୧ରେ ତାଙ୍କ ଦଳ ଚାମ୍ପିୟନ ହୋଇଥିଲା। ସେହି ସମୟରେ ଫିଞ୍ଚଙ୍କୁ ୩୪ବର୍ଷ ବୟସ ହୋଇଥିଲା। ଟି-୨୦ ବିଶ୍ୱକପ ଜିତିବାରେ ସେ ଦ୍ୱିତୀୟ ବୟସ୍କ ଅଧିନାୟକ।

ଏହି ତାଲିକାରେ ଇଂଲଣ୍ଡର ପଲ କଲିଙ୍ଗଉଡ ତୃତୀୟ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ଏହି ଅଲରାଉଣ୍ଡର ୩୪ବର୍ଷ ବୟସରେ ୨୦୧୦ରେ ଟି-୨୦ ବିଶ୍ୱକପ ଜିତିଥିଲେ। ଏହା ପରେ, ୨୦୨୨ରେ, ଜୋସ ବଟଲର୍‌ ମଧ୍ୟ ଇଂଲଣ୍ଡକୁ ବିଶ୍ୱକପ ଜିତାଇଥିଲେ। ତେବେ ସେହି ସମୟରେ ତାଙ୍କୁ ୩୧ ବର୍ଷ ହୋଇଥିଲା।

୨୦୦୯ରେ ପାକିସ୍ତାନକୁ ଟି-୨୦ ଚାମ୍ପିଅନ କରିଥିବା ୟୁନିସ ଖାନ ଏହି ରେକର୍ଡ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ୟୁନିସ ଖାନ ୨୦୦୯ରେ ୩୧ବର୍ଷ ବୟସରେ ପାକିସ୍ତାନକୁ ଟି-୨୦ବିଶ୍ୱକପ ଟାଇଟଲ ଜିତାଇଥିଲେ।

ୱେଷ୍ଟଇଣ୍ଡିଜ ପାଇଁ ଦୁଇ ଦୁଇ ଟି-୨୦ ବିଶ୍ୱକପ ଜିତାଇଥିବା ଡାରେନ ସାମି ୩୧ବର୍ଷ ବୟସରେ ୨୦୧୬ରେ ତାଙ୍କ ଦଳ ଚାମ୍ପିଅନ ହୋଇଥିଲେ। ଏହାପୂର୍ବରୁ ସେ ୨୦୧୨ରେ ୱେଷ୍ଟଇଣ୍ଡିଜକୁ ଟି-୨୦ ବିଶ୍ୱକପ ଜିତାଇଥିଲେ।

Share