ପାରାଦୀପରେ ରାବଣ କିଏ? ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି….

 

ଭୁବନେଶ୍ୱର,୧୩।୧୦: ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ପାରାଦୀପର ଆୟୋଜିତ ରାବଣ ପେଡ଼ିା ଉତ୍ସବରେ ନାଁ ନ ନେଇ ତେରଛା ବାଣ ମାରିଛନ୍ତି ମନ୍ତ୍ରୀ। ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଶିଳ୍ପ ମନ୍ତ୍ରୀ ।
ସେ କହିଛନ୍ତି, ପାରାଦୀପରେ ରାବଣ କିଏ ? ଏଠାକାର ଲୋକେ ଜାଣିଛନ୍ତି। ‘ମୁନ୍ନା ପତି ଓ ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପବାସୀଙ୍କ ପାଖରେ ମୁଁ ଏହି ସଂକଳ୍ପ କରୁଛି।

ସେହିପରି ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ଦାମ ବାବୁ ଜଣେ ସ୍ବାଭିମାନୀ ନେତା ଥିଲେ। ଦାମ ବାବୁ ତାଙ୍କ ରାଜନୈତିକ କାଳ ମଧ୍ୟରେ ଯେଉଁମାନେ ପାରାଦୀପରେ ହତ୍ୟାକାଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଦୀର୍ଘ ଦିନ ଧରି ପାଖ ପୂରାଇ ଦେଉ ନ ଥିଲେ। କିନ୍ତ ବର୍ତ୍ତମାନ ତାଙ୍କ ପୁଅ ସମ୍ବିତ ରାଉତରାୟ ସେମାନଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ତାଙ୍କ ସହିତ ମିଶିକି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ସମ୍ବିତ ରାଉତରାୟ ନିଜକୁ ଯେତେବେଳେ ଅସହାୟ ମଣୁଛନ୍ତି ,ସେତେବେଳେ ଏଭଳି ଲୋକଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ଏସବୁ ଦେଖି ଦାମ ବାବୁଙ୍କ ଆତ୍ମା କାନ୍ଦୁଥିବ। କେବେ ଦାମ ବାବୁଙ୍କ ଆତ୍ମା ଶାନ୍ତି ପାଇନଥିବ।