ପରିଣୀତି-ରାଘବଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ

ଆମ ଆଦମୀ ପାର୍ଟି ରାଜ୍ୟସଭା ଏମ୍‌ପି ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତିି ଚୋପ୍ରା ବିବାହ କରିବାକୁ ଯାଉଛନ୍ତି। ଉଭୟ ରବିବାର ଅର୍ଥାତ୍‌ ଆଜି ଉଦୟପୁରର ଲୀଲା ପ୍ୟାଲେସରେ ବିବାହ କରୁଛନ୍ତି। ଏହି ସମୟ ମଧ୍ୟରେ ରାଜନୈତିକ ବ୍ୟକ୍ତିତ୍ୱ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ନଜର ଆସିଥିଲେ।
ବିବାହ ମଧ୍ୟରେ ଉଭୟଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଘବଙ୍କଠାରୁ ଅଧିକ ଟଙ୍କା ରୋଜଗାର କରନ୍ତି ପରିଣୀତି।ଆସନ୍ତୁ ଜାଣିବା ଉଭୟଙ୍କ ମୋଟ ସମ୍ପତ୍ତି ବିଷୟରେ…
ମାର୍ଚ୍ଚ ୨୦୨୨ରେ ରାଜ୍ୟସଭା ନିର୍ବାଚନ ପାଇଁ ଆଫିଡେଭିଟରେ ରାଘବ ତାଙ୍କର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ରାଘବଙ୍କର ସେତେବେଳେ ମାତ୍ର ୩୦ ହଜାର ଟଙ୍କା ଥିଲା। ସେହି ସମୟରେ ଏଏପି ନେତାଙ୍କ ସ୍ଥାବର ସମ୍ପତ୍ତି ପ୍ରାୟ ୩୭ ଲକ୍ଷ ଟଙ୍କା ଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ସେ ୨.୪୪ ଲକ୍ଷ ଟଙ୍କା ଆୟ ଦେଖାଇଥିଲେ।
ସେହିପରି ଫୋର୍ବସ ଇଣ୍ଡିଆ ଅନୁଯାୟୀ ୨୦୧୯ରେ ପରିଣୀତିଙ୍କ ଆୟ ୧୨.୫ କୋଟି ଟଙ୍କା ଥିଲା। ଚଳଚ୍ଚିତ୍ର ଏବଂ ବିଜ୍ଞାପନଗୁଡିକ ଫୋର୍ବସ ଇଣ୍ଡିଆରେ ତାଙ୍କର ଆୟର ଉତ୍ସ ଭାବରେ ଉଲ୍ଲେଖ କରାଯାଇଥିଲା। ଏବେ ତାଙ୍କ ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା।

Share