Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏହି ସୁନ୍ଦରୀ ଯୁବତୀ ଜଣକ କିଏ? ଯାହାଙ୍କୁ ନେଇ…

ନୂଆଦିଲ୍ଲୀ,୧୨ା୭: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ନତାସା ଷ୍ଟାନ୍‌କୋଭିକ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ଖବର ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ନତାଶା କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ଶେୟାର କରୁଛନ୍ତି। ଯେତେବେଳେ କି ହାର୍ଦ୍ଦିକ ଏହି ଖବର ଉପରେ ଚୁପ୍‌ ରହିଛନ୍ତି। ଏହି ସମୟରେ ହାର୍ଦ୍ଦିକଙ୍କ ସହ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି।

ଫଟୋ ଦେଖିେ ହାର୍ଦ୍ଦିକ ଏବଂ ନତାଶାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ଆଇପିଏଲ ସମୟରେ ହାର୍ଦ୍ଦିକ ନତାଶାଙ୍କ ଜନ୍ମଦିନରେ କୌଣସି ମନ୍ତବ୍ୟ ଦେଇ ନ ଥିବା ବେଳେ କଳ୍ପନାଜଳ୍ପନା ବଢ଼ିଥିଲା। ନତାଶା ତାଙ୍କ ବିବାହ ଫଟୋ ଡିଲିଟ୍‌ କରି ପ୍ରଶଂସକଙ୍କ ମଧ୍ୟରେ ସସପେନ୍ସ ସୃଷ୍ଟି କରିଥିଲେ। ଏବେ ନୂଆ ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ସୁନ୍ଦରୀ ଝିଅ ସହିତ ହସୁଥିବା ନଜର ଆସିଛନ୍ତି। ଫଟୋରେ ତାଙ୍କୁ ବହୁତ ଖୁସି ଦେଖି ତାଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ଏହି ଯୁବତୀ ଜଣକ ତାଙ୍କ ଗର୍ଲଫ୍ରେଣ୍ଡ।

ହାର୍ଦ୍ଦିକଙ୍କ ସହ ଯେଉଁ ଯୁବତୀ ନଜର ଆସିଛନ୍ତି ସେ ହେଉଛନ୍ତି ପ୍ରାଚୀ ସୋଲାଙ୍କି। ସେ ଜଣେ ଡିଜିଟାଲ କ୍ରିଏଟର ଏବଂ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଡିଜିଟାଲ କ୍ରିଏଟର ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ମେକଅପ୍‌ ଆର୍ଟିଷ୍ଟ ମଧ୍ୟ। ପ୍ରାଚୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ହାର୍ଦ୍ଦିକଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରିବା ପରେ ସେ ରାତାରାତି ସୋସିଆଲ ମିଡିଆ ସେନ୍ସେସ ପାଲଟିଯାଇଛନ୍ତି।

Share