ଚିହ୍ନିଲେ ଦେଖି ମା’ଙ୍କ କୋଳରେ ବସିଥିବା ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ କିଏ

ମୁମ୍ବାଇ: ପ୍ରଶଂସକମାନେ ବଲିଉଡ୍‌ ଷ୍ଟାର୍‌ଙ୍କ ଜୀବନ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଥାନ୍ତି। ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିିଛି। ଷ୍ଟାରମାନେ ପ୍ରାୟତଃ ପ୍ରଶଂସକଙ୍କ ସହିତ ସେମାନଙ୍କର ଫଟୋ ଶେୟାର କରୁଥିବା ଦେଖାଯାଏ। ସେଲିବ୍ରିଟିମାନେ ମଧ୍ୟ ପିଲାଦିନର ଫଟୋ ଶେୟାର କରିଥାନ୍ତି।  ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାରଙ୍କୁ ଚିହ୍ନିବା ପାଇଁ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦୁଇ ଛୋଟ ଝିଅ ନିଜ ମା’ଙ୍କ ସହ ନଜର ଆସିଛନ୍ତି। ଏହି କୁନି ପିଲା ଆଜି ବଲିଉଡ୍‌ରେ ଜଣାଶୁଣା ଅଭିନେତ୍ରୀ।

ସୋସିଆଲ ମିଡିଆରେ କଳା ଏବଂ ଧଳା ଫଟୋ ଭାଇରାଲ ହେଉଛି। ଏଥିରେ ଜଣେ କୁନି ଝିଅ ମା’ଙ୍କ କୋଳରେ ବସିଛନ୍ତି। ତାଙ୍କ ବଡ଼ ଭଉଣୀ ପାଖରେ ବସିଥିବାର ନଜର ଆସିଛନ୍ତି। ଉଭୟ ଭଉଣୀ ବଲିଉଡ୍‌ର ସୁପରଷ୍ଟାର ହୋଇଛନ୍ତି। ଏହି ଦୁଇ ଝିଅ ହେଉଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତବୁ ଏବଂ ତାଙ୍କ ବଡ଼ ଭଉଣୀ ଫରାହ ନାଜ।

ତବୁ ମା’ଙ୍କ କୋଳରେ ଥିବାବେଳେ ବଡ଼ ଭଉଣୀ ଫରାହ ପାଖରେ ବସିଛନ୍ତି। ଦୁଇ ଭଉଣୀଙ୍କ ପିଲାଦିନର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କିଛି ପ୍ରଶଂସକ ସେମାନଙ୍କୁ ଦେଖି ଚିହ୍ନିଥିବା ବେଳେ ଆଉ କିଛି ଚିହ୍ନି ପାରୁନାହାନ୍ତି।

Share