କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ଜେନେଭା,୨୨।୬: ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଅବିଭାଜିତ ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର ବ୍ୟବସାୟ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବିସ୍ତାର ହେଲା। ୧୯୧୯ରେ, ସେ ତାଙ୍କର ଅନ୍ତର୍ଜାତୀୟ ବ୍ୟବସାୟକୁ ବିସ୍ତାର କରି ଇରାନରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ୧୯୭୯ପର୍ଯ୍ୟନ୍ତ, ହିନ୍ଦୁଜା ଗୋଷ୍ଠୀର ମୁଖ୍ୟ କ୍ୱାର୍ଟର ଇରାନରେ ରହିଲା। ଏହା ପରେ ପରିବାର ୟୁରୋପ ଯାଇଥିଲେ।
ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ପରେ ତାଙ୍କର ତିନି ପୁଅ – ଶ୍ରୀଚାନ୍ଦ, ଗୋପୀଚାନ୍ଦ ଏବଂ ପ୍ରକାଶ ହିଞ୍ଜୁଜା କମ୍ପାନୀ ଗ୍ରହଣ କରିଥିଲେ। ହିନ୍ଦୁଜା ପରିବାର ବ୍ରିଟେନରେ ରାଫଲେସ ନାମକ ଏକ ହୋଟେଲ ସମେତ ଅନେକ ମୂଲ୍ୟବାନ ସମ୍ପତ୍ତି କିଣିଥିଲେ। ଏହି ହୋଟେଲଟି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ ଠାରୁ ମାତ୍ର କିଛି ମିଟର ଦୂରରେ।
ଭାରତୀୟ ମୂଳର ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ ଘରୋଇ ଚାକରମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି।
ଏହି ମାମଲାରେ ସ୍ବିସ ପ୍ରଶାସନ ପାଇଁ ହାଜର ହୋଇଥିବା ସରକାରୀ ଓକିଲ ୟେଭ ବର୍ଟୋସା କୋର୍ଟରେ କହିଛନ୍ତି, ‘ସେମାନେ (ହିନ୍ଦୁଜା ପରିବାର) ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁରର ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ପାଇଁ ଅଧିକ ଖର୍ଚ୍ଚ କରନ୍ତି। ଏହି ପରିବାର ସେମାନଙ୍କ କୁକୁର ପାଇଁ ବର୍ଷକୁ ପ୍ରାୟ ୧୦ ହଜାର ଆମେରିକୀୟ ଡଲାର ବା ସାଢେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଣେ ଘରୋଇ ଚାକର ବା କେୟାର ଟେକର ମାତ୍ର ୭.୮୪ ଡଲାର ଅର୍ଥାତ୍‌ ଦିନକୁ ୧୮ ଘଣ୍ଟା କାମ କରିବା ପାଇଁ କେବଳ ୬୫୫ଟଙ୍କା ପାଇଥାଆନ୍ତି।
ବର୍ଟୋସା କହିଛନ୍ତି ଯେ ଅନେକ ସେବକଙ୍କୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା ଏବଂ ସେମାନଙ୍କୁ ସ୍ବିସ ଫ୍ରାଙ୍କ ନୁହେଁ ବରଂ ଭାରତୀୟ ଟଙ୍କାରେ ଦରମା ଦିଆଯାଉଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri