Posted inଖେଳ

ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ତିଳକ ବର୍ମା କିଏ? ନିଜର ଘର ଖଣ୍ଡେ ନାହିଁ, ବାପା…

ମୁମ୍ବାଇ,୧୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ଭାରତକୁ ଅନେକ ତାରକା ଖେଳାଳି ମିଳିଛି। ଚଳିତ ସିଜନରେ ମଧ୍ୟ ସେଭଳି କିଛି ଯୁବ ଖେଳାଳି ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ତିଳକ ବର୍ମା।

ହାଇଦ୍ରାବାଦରେ ଜନ୍ମିତ ୧୯ ବର୍ଷୀୟ ଏହି ଯୁବ ଅଲରାଉଣ୍ଡରଙ୍କ ପୁରା ନାମ ନମ୍ବୁରୀ ଠାକୁର ତିଳକ ବର୍ମା। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଖୁବଶୀଘ୍ର ଭାରତର ଜାତୀୟ ଟିମ୍‌ରୁ ତିନୋଟି ଫର୍ମାଟରେ ଖେଳୁଥିବା ନଜର ଆସିବେ ବୋଲି ରୋହିତ ଭବିଷ୍ୟବାଣୀ କରିଛନ୍ତି।

ତେବେ ତିଳକଙ୍କ କ୍ରିକେଟର ହେବାର ଯାତ୍ରା ବେଶ ସଂଘର୍ଷମୟ। ତାଙ୍କ ବାପା ତମ୍ବୁରୀ ନାଗରାଜୁ ଜଣେ ଇଲେକ୍ଟ୍ରିସିଆନ। ଏଥିଯୋଗୁ ତାଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ବାପା ଘରକୁ ଅତ୍ୟାବଶ୍ୟକ ଜିନିଷ ନ ଆଣି ତାଙ୍କ ଖେଳିବାର ସାମଗ୍ରୀ ଆଣି ଆସୁଥିଲେ। ତାଙ୍କର ନିଜସ୍ବ ଘର ମଧ୍ୟ ନାହିଁ। ଏବେବି ତାଙ୍କ ପରିବାର ଭଡ଼ା ଘରେ ରହିଆସୁଛି। ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ ସେ। ଆଇପିଏଲ୍‌ରୁ ମିଳିବାକୁ ଥିବା ଟଙ୍କାରେ ସେ ନିଜ ପରିବାର ଲାଗି ଘର କିଣିବେ ବୋଲି ପ୍ରକାଶ କରିଥିଲେ।

ପ୍ରକାଶ ଯେ, ତିଳକଙ୍କୁ ମୁମ୍ବାଇ୧.୭୦ କୋଟି ଟଙ୍କାରେ କିଣିଛି। ସେ ୨୭ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ। ଏଯାବତ ସେ ୧୨ ମ୍ୟାଚ୍‌ ଖେଳି ମୁମ୍ବାଇ ଲାଗି ସବୁଠାରୁ ଅଧିକ ରନ୍‌ ୩୬୮ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପରେ ଅକ୍ଷୟ ଓ୍ବାଖରେଙ୍କ ବଡ଼ ଘୋଷଣା

ବିଦର୍ଭ,୨ା୩: ବିଦର୍ଭ ଅଫ-ସ୍ପିନର ଅକ୍ଷୟ ଓ୍ବାଖରେ ରଣ୍‌ଜୀ ଟ୍ରଫି କ୍ରିକେଟରୁ ରବିବାର ଅବସର ଘୋଷଣା କରିଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ରଣ୍‌ଜୀ ଚାମ୍ପିୟନ ହେବା...

କ୍ରୀଡ଼ା ଛାତ୍ରାବାସରେ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୩: କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଛାତ୍ରାବାସର ନାବାଳକ ଅନ୍ତେବାସୀଙ୍କ ଦ୍ୱାରା କରାଯାଇଥିବା ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସରକାର...

New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ

ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ବିଜୟ ହୋଇଛି।...

ସର୍ବଭାରତୀୟ ଡିଏସ୍‌ କପ୍‌ ଫୁଟ୍‌ବଲ: ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଙ୍ଗାଲୁରୁ ବିଜୟୀ

ବୌଦ୍ଧ,୨।୩(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ସର୍ବଭାରତୀୟ ଡି. ଏସ୍‌. କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର ଜିଲା ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି।...

ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ,୨ା୩: ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭପତୀ ପଦ ଲାଗି ମୁଖ୍ୟ ଦାବିଦାର ସେବାଷ୍ଟିଆନ କୋଏଙ୍କ ମତରେ ୨୦୩୬ ଅଲିମ୍ପିକ ଗେମ୍ସ ଆୟାଜନ କରିବା ଲାଗି...

୨୪୯ ରନ୍‌ରେ ଅଟକିଲା ଭାରତ

ଦୁବାଇ,୨।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟର ଭାରତ-ନ୍ୟୁଜିଲାଣ୍ଡର ଅନ୍ତିମ ତଥା ତୃତୀୟ ଲିଗ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍‌...

ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍‌ରେ…

ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍‌ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି...

IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍‌ କହିଲେ… 

ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍‌ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍‌ ଜିତି ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଛି। ଏଭଳି ଲଜ୍ଜାଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image