ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ ଟୋନିଙ୍କ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଭାଜପା ନେତା ବୈଜୟନ୍ତ ପଣ୍ଡା ବଲିଉଡ ଅଭିନେତାଙ୍କ ସହ ତାଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ ଟୋନି କିଏ, ଯାହାଙ୍କ ବଲିଉଡ ତାରକାଙ୍କ ସହ ଫଟୋକୁ ନେଇ ବିବାଦ ଲାଗି ରହିଛି।
Bollywood had connections with mafia operating with Pakistan, their funding also used to come from there. It looks like these connections still exist. Friends of many celebs have pictures with Pak Generals & ISI. They should renounce such links: BJP National VP Baijayant Panda pic.twitter.com/zEKfpaMrkZ
— ANI (@ANI) July 23, 2020
ବୈଜୟନ୍ତ କାହାର ନାମ ନ ନେଇ ବଲିଉଡ୍ର କେତେକ ଅଭିନେତା ପାକିସ୍ତାନର ଆଇଏସ୍ଆଇକୁ ପାଣ୍ଠି ଯୋଗାଉଥିବା ଏପରି କିଛି ଲୋକଙ୍କ ସହ ସମ୍ପର୍କ ଥିବା କହିଛନ୍ତି।
ପରବର୍ତ୍ତୀ ସମୟରେ, ଶ୍ରୀନଗରର କାର୍ଯ୍ୟକର୍ତ୍ତା ଅଲ ଇସ୍କନ୍ଦର ଟୋନିଙ୍କୁ ନେଇ ଅନେକ ଟୁଇଟ୍ କରିଥିଲେ। ସେ କହିଛନ୍ତି ଯେ, ଟୋନି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟର ସଦସ୍ୟ ଥିଲେ।
Thread:- 👇
Look who is talking the man @tonyashai (Aka Aziz Ashai) who himself is sitting in the cozy rooms of California and provoking Kashmiri Youth to Pick-up Stones and Guns while his own Son Bilal Ashai recently graduated from Los Angeles @USC with Masters Degree.
1/n 👇 pic.twitter.com/WB8wcQ5IeL
— Sajid Yousuf Shah (@TheSkandar) July 21, 2020
ଇସ୍କନ୍ଦରଙ୍କ ଅନୁଯାୟୀ ଟୋନି ଏବଂ ଶାହରୁଖଙ୍କର ବ୍ୟବସାୟିକ ସମ୍ପର୍କ ରହିଛି। ଲସ ଏଞ୍ଜଲେସ୍ ଆପାର୍ଟମେଣ୍ଟ ଏବଂ ଦୁବାଇ ବିଲ୍ଡିଂକୁ ଡିଜାଇନ କରିବା ପାଇଁ ଶାହରୁଖ ଟୋନିଙ୍କ ସହାୟତା ଲୋଡିଥିଲେ। ଟୋନି ଏବଂ ଗୌରୀ ଏକାଠି ଅନେକ ପ୍ରକଳ୍ପ କରିଛନ୍ତି। ଟୋନି ନିଜ ପାଇଁ ବଲିଉଡ ଅଭିନେତାମାନଙ୍କୁ ବ୍ୟବହାର କରୁଛନ୍ତି ।
ଟୋନି ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ସେ କାଲିଫର୍ଣ୍ଣିଆର ଜଣେ ବ୍ୟବସାୟୀ। ସେ ଚଣ୍ଡିଗଡ଼ରୁ ସ୍ଥାପତ୍ୟ ଅଧ୍ୟୟନ କରିଥିଲେ। ଏହା ପରେ ସେ ଆମେରିକାରେ ସେଟେଲ୍ ହେଲେ। ଟୋନି ପାକିସ୍ତାନର ଅନେକ ବଡ ନେତାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଟୋନି ଟୁଇଟରରେ ପାକିସ୍ତାନୀ ନେତାଙ୍କ ଅନେକ ଭିଡିଓ ରହିଛି,ଯେଉଁଥିରେ ସେ ତାଙ୍କୁ ପ୍ରଶଂସା କରିଛନ୍ତି।
https://twitter.com/tonyashai/status/1286186939809296385
ଗଣମାଧ୍ୟମରେ ଚାଲିଥିବା ଖବର ପରେ ଟୋନି ଏକ ଟୁଇଟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଲେଖିଛନ୍ତି- ‘ମୋ ଉପରେ ଆଇଏସ୍ଆଇ ଏଜେଣ୍ଟର ଷଡଯନ୍ତ୍ରର କାହାଣୀ ଭାରତୀୟ ଗଣମାଧ୍ୟମ ଚଲାଉଛି। ସେମାନେ ଭିତ୍ତିହୀନ। ମୁଁ ତାଙ୍କ ବିରୋଧରେ ଆମେରିକାର କୋର୍ଟରେ ଅଭିଯୋଗ କରିବି ଏବଂ ସେଠାରେ ନିଜକୁ ପ୍ରମାଣ କରିବାକୁ ପଡ଼ିବ।