ସାଉଥ୍‌ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ସେ ଆକ୍ସନ ଏବଂ କମେଡି ସହିତ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ରବି କୌଣସି ଫିଲ୍ମ ପୃଷ୍ଠଭୂମି ରୁ ନ ଆସି ମଧ୍ୟଏତେ ବଡଷ୍ଟାର୍‌ ହୋଇପାରିଛନ୍ତି। ସେ ରବି ନାମରେ ପ୍ରସିଦ୍ଧ ହୋଇପାରନ୍ତି, କିନ୍ତୁ ତାଙ୍କର ପ୍ରକୃତ ନାମ ବିଶଙ୍କର ରାଜୁ ଭୂପତିରାଜୁ। ସେ ଆନ୍ଧ୍ରପ୍ରଦେଶର ଜଗ୍ଗମ୍ପେଟାରେ ଜନ୍ମଗ୍ରହଣ କରିଥିଲେ। ସେ ଇଣ୍ଡଷ୍ଟ୍ରିରେ ମହାରାଜା ଏବଂ ଖିଲାଡି ଭାବରେ ମଧ୍ୟ ଜଣାଶୁଣା। କେବଳ ଏତିକି ନୁହେଁ, ତାଙ୍କ ଫିଲ୍ମରେ ଅଧିକ ଆକ୍ସନ ଯୋଗୁ ତାଙ୍କୁ ଦକ୍ଷିଣର ଅକ୍ଷୟ କୁମାର ମଧ୍ୟ କୁହାଯାଏ।
ରବି ଜଣେ ସହାୟକ କଳାକାର ଭାବରେ ତାଙ୍କର ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ କର୍ତ୍ତବ୍ୟମ୍‌ ୧୯୯୦ରେ ଆସିଥିଲା। ଏହା ପରେ ସେ ପଛକୁଫେରି ନ ଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। ଏବେ ସେ ହିନ୍ଦୀ ଫିଲ୍ମ ଜଗତରେ ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Share