Advertisement

ଓଡ଼ିଶାର ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ଭୁବନେଶ୍ୱର,୨୭।୫: ୧୪୭ ବିଧାନସଭାର ସମସ୍ତ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ସୋମବାର ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ଥିବା ଜଣାପଡିଛି। ରାଉଲକେଲାର ଭାଜପା ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସର୍ବାଧିକ ଧନୀ ପ୍ରାର୍ଥୀ ବୋଲି ଏଡିଆର୍‌ ରିପୋର୍ଟରେ ସୂଚନା ମିଳିଛି। ତାଙ୍କ ମୋଟ ସମ୍ପତ୍ତି ୩୧୩ କୋଟି ୫୩ ଲକ୍ଷ। ସନା ମହାକୁଡ଼ ଦ୍ବିତୀୟ ସର୍ବାଧିକ ଧନୀ ପ୍ରାର୍ଥୀ। ତାଙ୍କର ମୋଟ ସମ୍ପତ୍ତି ୨୨୭ କୋଟି ୬୭ ଲକ୍ଷ ଟଙ୍କା। ସେହିପରି ବସ୍ତା ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ୧୩୫ କୋଟି ଥିବା ଜଣାପଡିଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ, ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା ରହିଛି। ସେହିପରି ୪ ଜଣ ପ୍ରାର୍ଥୀ ଦୁଷ୍କର୍ମ ଅଭିଯୁକ୍ତ ରହିଛନ୍ତି। ୧୦ ଜଣଙ୍କ ନାଁରେ ହତ୍ୟା ମାମଲା, ୭୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share