Advertisement

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି? ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଦ୍ବିତୀୟ ବଡ଼ ଧନୀ ପ୍ରାର୍ଥୀ। ସନାତନ ମହାକୁଡ଼ଙ୍କ ମୋଟ ସଂପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା। ସେହିପରି ସୌମ୍ୟଙ୍କ ମୋଟ ସଂପତ୍ତି ପରିମାଣ ୧୨୨ କୋଟି ୮୬ ଲକ୍ଷ ଟଙ୍କା। ନୟାଗଡ଼ ଭାଜପା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ତୃତୀୟ ସର୍ବାଧିକ ଧନୀ ପ୍ରାର୍ଥୀ। ତାଙ୍କର ମୋଟ ସଂପତ୍ତି ପରିମାଣ ୧୨୦ କୋଟି ୫୬ ଲକ୍ଷ ଟଙ୍କା ଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share