Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାହପତ୍ର ପରେ ନତାଶାଙ୍କ ଜୀବନରେ କିଏ କରିଛି ଏଣ୍ଟ୍ରି, କରୁଛନ୍ତି ଏମିତି ପୋଷ୍ଟ

ନୂଆଦିଲ୍ଲୀ,୧୦।୮: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାଙ୍କୋଭିକଙ୍କ ଛାଡପତ୍ର ହୋଇସାରିଛି । ଉଭୟ ବୁଝାମଣା ସହିତ ପରସ୍ପର ଠାରୁ ଅଲଗା ହୋଇସାରିଛନ୍ତି । ହାର୍ଦ୍ଦିକ ଏବେ କ୍ରିକେଟ ଉପରେ ଫୋକସ କରୁଥିବା ବେଳେ ନତାଶା ଷ୍ଟାଙ୍କୋଭିକ ନିଜ ପୁଅ ଅଗସ୍ତ୍ୟାଙ୍କ ସହ ଦେଶ ସର୍ବିୟାକୁ ଫେରି ଯାଇଛନ୍ତି ।

ତେବେ ଛାଡପତ୍ର ପରେ ଉଭୟ ଉଭୟଙ୍କୁ ଭୁଲିପାରୁନାହାନ୍ତି । ନତାଶାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ହାର୍ଦ୍ଦିକ ଲାଇକ ଏବଂ କମେଣ୍ଟ କରୁଥିବା ବେଳେ ନତାଶା ମଧ୍ୟ ନାଁ ନେଇ ବେଳେ ବେଳେ ପୋଷ୍ଟ କରୁଛନ୍ତି । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ସମ୍ପର୍କରେ ମତଭେଦ ବହୁ ପୂର୍ବରୁ ଆସିଥିଲା । ଅନେକ ଦିନ ଚୁପ ରହିବା ପରେ ଶେଷରେ ଜୁଲାଇ ୧୮ ତାରିଖରେ ଛାଡପତ୍ର ଘୋଷଣା କରିଥିଲେ ।

ବର୍ତ୍ତମାନ ସେ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅଗସ୍ତ୍ୟାଙ୍କ ସହ ଫଟୋ ଶେୟାର କରିଛନ୍ତି । ନତାଶାଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟ ପଢିବା ପରେ ସମଗ୍ର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ନତାଶା ଲେଖିଛନ୍ତି, ଇଶ୍ବର ପଥ ପ୍ରଦର୍ଶନ କରୁଛନ୍ତି, ଭଲ ପାଇବା ଭିତରେ ରହୁଛି, କୃତଜ୍ଞତାରେ ବଞ୍ଚିବା, ଆନନ୍ଦ ଅନୁଭବ କରିବା । ତେବେ ନତାଶାଙ୍କ ଏଭଳି ପୋଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦ୍ଦେଶ୍ୟରେ ଥିଲା କିମ୍ବା ନତାଶାଙ୍କ ଜୀବନରେ ଅନ୍ୟ କାହା ପାଇଁ ତାହା କହିବା ମୁସ୍କିଲ । ତଥାପି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ନତାଶା ଏଭଳି ପୋଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦ୍ଦେଶ୍ୟରେ କରୁଛନ୍ତି । ଉଭୟ ଉଭୟଙ୍କ ଠାରୁ ଅଲଗା ରହୁଥିବା ବେଳେ ପୁଅ ଅଗସ୍ତ୍ୟା ହିଁ ପାଣ୍ଡ୍ୟା ଓ ନତାଶାଙ୍କ ମଝିରେ ରହିଛନ୍ତି ।

କ୍ରିକେଟରଙ୍କ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଡେଟ କରୁଥିବା କୁହାଯାଉଛି । ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ହାର୍ଦ୍ଦିକଙ୍କ ଜୀବନରେ ଏଣ୍ଟ୍ରି କରିଥିବା ଚର୍ଚ୍ଚା ହେଉଛି । ଉଭୟ ନିକଟରେ ଦେଖା ହୋଇଥିଲେ ଏବଂ ପରେ ପରେ ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ଫଲୋ ମଧ୍ୟ କରିଥିଲେ ।

ନତାଶା ତାଙ୍କ ପୁଅ ସହିତ ସର୍ବିୟାରେ ନିଜ ଘରେ ରହୁଛନ୍ତି । ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡପତ୍ର ପରେ ଦମ୍ପତିଙ୍କ ପୁଅ ତାଙ୍କ ମା ନତାଶାଙ୍କ ସହ ରହୁଛନ୍ତି । ନିକଟରେ ଅଗସ୍ତ୍ୟାଙ୍କ ଚତୁର୍ଥ ଜନ୍ମଦିନରେ ହାର୍ଦ୍ଦିକ ତାଙ୍କ ପୁଅ ସହିତ ଏକ ପୋଷ୍ଟ ସେୟାର କରିଥିଲେ । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଉଭୟ ନତାଶା ଏବଂ ହାର୍ଦ୍ଦିକଙ୍କ ଜୀବନରେ ନୂଆ କେହି ଏଣ୍ଟ୍ରି କରିଛନ୍ତି ।

Share