ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଥିବା କିଏ ସେହି ମହିଳା ରେସଲର୍‌ ଭିନେଶ ଫୋଗାଟ, ଡାକ୍ତର, ଇଞ୍ଜିନିୟର ଛାଡି କାହିଁକି ହୋଇଗଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗାଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବାରୁ ସେ ଫାଇନାଲ ପୂର୍ବରୁ କଟି ଯାଇଛନ୍ତି।

ତେବେ ଗତକାଲି ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶରେ ଆନନ୍ଦର ଲହରି ଖେଳି ଯାଇଥିଲା। ତାଙ୍କୁ ନେଇ ଜୋରସୋରରେ ଆଲୋଚନା ମଧ୍ୟ ଜାରି ରହିଥିଲା। ହେଲେ ତାଙ୍କର ଅଲିମ୍ପିକ୍ସରେ ମେଡାଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। କିନ୍ତୁ ସେ ଗତକାଲି ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍ର ଓକସାନା ଲିଭାଚଙ୍କୁ ହରାଇଥି ଇତିହାସ ରଚିଥିଲେ ଭିନେଶ।

କୁସ୍ତି ଦୁନିଆରେ ନିଜର ନାମ ପରିଚୟ ସୃଷ୍ଟି କରିଥିବା ଭିନେଶ ଫୋଗାଟ, ହରିୟାଣାର ଭବାନୀଠାରେ ଜନ୍ମଗ୍ରହଣ କରିଥିଲେ। ହରିୟାଣା ମାଟି ଯେଉଁଠି ଘରେଘରେ କୁସ୍ତିଯୋଦ୍ଧା ଥାଆନ୍ତି ସେହି ମାଟିରେ ଜନ୍ମ ହୋଇ ଭିନେଶଙ୍କର କୁସ୍ତିଯୋଦ୍ଧା ଆଗ୍ରହ ମଉଳିଯିବ ବା କେମିତି।

ଅଧ୍ୟୟନରେ ଆଗ୍ରହ ଥିବା ସତ୍ତ୍‌ ଭିନେଶ ଫୋଗାଟ ଅନ୍ୟ ଝିଅମାନଙ୍କ ପରି ଡାକ୍ତର ଇଞ୍ଜିନିୟର ହୋଇ ନ ଥିଲେ। ଭିନେଶ ଫୋଗାଟଙ୍କ ପରିବାର ଆରମ୍ଭରୁ କୁସ୍ତି ସହ ଜଡିତ ଥିଲେ ଏବଂ ତାଙ୍କ ମାମୁଁ ଜାତୀୟ ସ୍ତରର ରେସଲର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ମାମୁଁ ମହାବୀର ସିଂ ଫୋଗାଟ ଜଣେ ଜଣାଶୁଣା କୁସ୍ତି ପ୍ରଶିକ୍ଷକ। ମହାବୀର ସିଂ ଫୋଗାଟ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଛନ୍ତି। କହିରଖୁଛୁ କି, ପାରିବାରିକ କୁସ୍ତିରେ ସମସ୍ତଙ୍କୁ ଦେଖି ଭିନେଶ ଫୋଗାଟଙ୍କ କୁସ୍ତି ପ୍ରତି ଆଗ୍ରହ ମଧ୍ୟ ବଢିଥିଲା ଏବଂ ସେ ତାଙ୍କ ମାମୁଁଙ୍କଠାରୁ କୁସ୍ତିର କୌଶଳ ଶିଖିବାକୁ ଲାଗିଲେ। ସେ ପିଲାଟିଦିନରୁ କୁସ୍ତି ଆରମ୍ଭ କରିଥିଲେ, ଯଦିଓ ଏହା ଏତେ ସହଜ ନ ଥିଲା। କାରଣ ଝିଇମାନଙ୍କୁ ଅନେକ ପ୍ରତିବନ୍ଧକରେ ରଖାଯାଉଥିଲା। ଏହା ପରେ ମଧ୍ୟ ଭିନେଶ ଫୋଗାଟ ଡାକ୍ତର ଏବଂ ଇଞ୍ଜିନିୟର ହେବା ପରିବର୍ତ୍ତେ ରେସଲର ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ।

କୁସ୍ତିରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିବା ବିନେଶ ଫୋଗଟ ଗୋଟିଏ ପରେ ଗୋଟିଏ ଅନେକ ରେକର୍ଡ ସୃଷ୍ଟି କରିଥିଲେ। କୁସ୍ତି ପ୍ରତିଯୋଗିତାରେ ଭିନେଶ ଅନେକ ସଫଳତା ହାସଲ କରିଥିଲେ। ତିନିଥର (୨୦୧୬,୧୦୧୭,୧୦୧୮) କମନଓ୍ବେଲଥ ଚାମ୍ପିଅନସିପ୍‌ରେ ଭିନେଶ ଫୋଗେଟ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ। ଯଦିଓ ୨୦୧୬ ରିଓ ଅଲିମ୍ପିକ୍ସରେ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା, ସେ ଅନେକ ମାସ ଧରି ଖେଳରୁ ଦୂରେଇ ଯାଇଥିଲେ। କିନ୍ତୁ ସେ ବହୁତ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮ରେ ସେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ। ଏଥିସହ ଚାମ୍ପିୟନଶିପ୍‌ ରେ ଭିନେଶ ଦୁଇଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Share