ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ

ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଭାରତର ମ୍ୟାରିୟନ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ ସିରପ ଶିଶୁଙ୍କ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୁପାରିଶ କରିଛି ଯେ ଉଜବେକିସ୍ତାନରେ ଶିଶୁଙ୍କ ପାଇଁ ନେଏଡ଼ାର କମ୍ପାନୀ ମ୍ୟାରିୟମ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ ସିରପର ବ୍ୟବହାର କରା ନ ଯାଉ । ବୁଧବାର ଏକ ଚିକିତ୍ସା ଉତ୍ପାଦ ଚେତାବନୀରେ ଡବ୍ଲୁଏଚଓ କହିଛି ମ୍ୟାରିୟନ ବାୟୋଟେକ ଦ୍ୱାରା ନିର୍ମିତ ନିମ୍ନମାନର ଚିକିତ୍ସା ଉତ୍ପାଦ ଏମିତି ଉତ୍ପାଦ ଯାହା ଗୁଣବତ୍ତା ମାନଦଣ୍ଡ ଓ ବିଶିଷ୍ଟତାକୁ ପୂରଣ କରିବାରେ ବିଫଳ ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଉଜବେକିସ୍ତାନର ଅଧିକାରୀ ଦାବି କରିଥିଲେ କି କଫ ସିରପ ଖାଇ ୧୮ ଶିଶୁଙ୍କ ମୃତ୍ୟୁ ହୋଇଛି । ଉଜବେକିସ୍ତାନ ସରକାର ଶିଶୁଙ୍କ ମୃତ୍ୟୁ ପାଇଁ ଭାରତର ଏକ ଔଷଧ କମ୍ପାନୀକୁ ଦୋଷୀ ବୋଲି ଦର୍ଶାଇଥିଲା । ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା କି ଫାର୍ମାସ୍ୟୁଟିକାଲ କମ୍ପାନୀ ମ୍ୟାରିୟନ ବାୟୋଟେକ ଦ୍ୱାରା ନିର୍ମିତ ଡକ-୧ ମାସ୍କ ସିରପ ଖାଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଔଷଧ କମ୍ପାନୀ ୨୦୧୨ରେ ଉଜବେକିସ୍ତାନ ବଜାରରେ ପ୍ରବେଶ କରିଥିଲା । ସୂଚନା ମୁତାବକ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ ସିରପ ଡକ-୧ ମାସ୍କ ସିରପ ଏବେ ଭାରତୀୟ ବଜାରରେ ବିକ୍ରି ହେଉନାହିଁ ।

Share