କରୋନା ବାଧା ଯୋଗୁ ମ୍ୟାଲେରିଆରେ ହୋଇଛି ୬୩,୦୦୦ ମୃତ୍ୟୁ: ଡବ୍ଲୁଏଚଓ

ଜେନେଭା,୯ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ମହାମାରୀ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କରାଯାଉଥିବା ଉଦ୍ୟମକୁ ଅଟକାଇ ଦେଇଥିଲା । ଏହାଦ୍ୱାରା ୨ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମ୍ୟାଲେରିଆ ଯୋଗୁ ୬୩,୦୦୦ ଅତିରିକ୍ତ ମୃତ୍ୟୁ ହୋଇଛି । ଏହାସହ ବିଶ୍ୱରେ ୧୩ ନିୟୁତରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ । ଡବ୍ଲୁଏଚଓ କହିଛି, ୨୦୨୦ରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ଓ ୨୦୨୧ରେ ମଧ୍ୟ ଏହା ଧୀର ଗତିରେ ଚାଲିଥିଲା । ଗତବର୍ଷ ୨୪୭ ନିୟୁତ ମ୍ୟାଲେରିଆ ସଂକ୍ରମଣ ଏବଂ ୬,୧୯,୦୦୦ ମୃତ୍ୟୁ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଆଫ୍ରିକାରୁ ଆସିଥିଲେ । ବରିଷ୍ଠ ଅଧିକାରୀ ଅବଦିଲସାନ ନୁର କହିଛନ୍ତି, ଆମେ ପୂର୍ବରୁ ଟ୍ରାକରୁ ଦୂରେଇ ଯାଇଥିଲୁ ଏବଂ ମହାମାରୀ ଏହାକୁ ଆହୁରି ଖରାପ କରିଦେଇଥିଲା ।

Share