ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ

ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ
ଜେନେଭା,୧୨ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁକ୍ରେନକୁ ଏହାର ଜନସ୍ୱାସ୍ଥ୍ୟ ଲାବୋରୋଟୋରୀରେ ଗଚ୍ଛିତ ଥିବା ମାରାତ୍ମକ ଜୀବାଣୁକୁ ନଷ୍ଟ କରିବାକୁ ପରାମର୍ଶ ଦେଇଛି । ଯାହାଦ୍ୱାରା ସେମାନଙ୍କର ସମ୍ଭାବ୍ୟ ବିସ୍ତାର ଜନସଂଖ୍ୟାରେ ରୋଗ ବିସ୍ତାର କରିବାର ଆଶଙ୍କା ସୃଷ୍ଟି କରିବ ନାହିଁ । ଡବ୍ଲୁଏଚଓ କହିଛି ଯଦି ଲାବୋରୋଟୋରୀରୁ ଗଚ୍ଛିତ ଥିବା ମାରାତ୍ମକ ଜୀବାଣୁ ଲିକ୍ ହୋଇଯାଏ ତେବେ ଏହା ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ ।
ଅନ୍ୟପଟେ ଜୈବସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି, ୟୁକ୍ରେନ୍ ଉପରେ ରୁଷିଆ ଯେଉଁଭଳି ଭାବେ ଆକ୍ରମଣ କରି ଚାଲିଛି ଏହା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଯଦି ଲାବୋରୋଟୋରୀରେ କୌଣସି ଦୁର୍ଘଟଣା ଘଟିଲା ତେବେ ଏହା ସାରା ବିଶ୍ୱକୁ ମାଡି ଯିବାର ଭୟ ରହିଛି । ବର୍ତ୍ତମାନ ଯେଉଁସବୁ ସ୍ଥାନରେ ଏହି ଘାତକ ଜୀବାଣୁକୁ ଗଚ୍ଛିତ କରାଯାଇଛି ସେଗୁଡିକୁ ନଷ୍ଟ କରିଦେବା ଦରକାର । ସୂଚନାଯୋଗ୍ୟ, ଆମେରିକା ଓ ୟୁରୋପ ୟୁକ୍ରେନର ଲାବୋରୋଟୋରୀରେ ଏମିତି ଘାତକ ଜୀବାଣୁକୁ ତିଆରି କରୁଥିଲେ । ଆଉ ଏହା ଯଦି ଥରେ ଲିକ୍ ହେବ ତେବେ ଏହା ସାରା ବିଶ୍ୱକୁ ପ୍ରଭାବିତ କରିବ । ଏହି ଜୈବିକ ଅସ୍ତ୍ରକୁ ନେଇ ରୁଷିଆ ଆମେରିକାକୁ ଦୋଷ ଦେଉଥିବା ବେଳେ ଆମେରିକା କିନ୍ତୁ ଏହାକୁ ଖଣ୍ଡନ କରିଛି ।

Share