ତରବରରେ ତିଆରି ହୋଇନି ତ କୋଭାକ୍ସିନ: ଡବ୍ଲୁଏଚଓ ମାଗିଲା ଅଧିକ ତଥ୍ୟ

ଜେନେଭା,୧୯ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ପ୍ରସ୍ତୁତ ହୋଇଛି ଟିକା । ହେଲେ ଏବେ ଏହି ଟିକାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଭାରତ ବାୟୋଟେକକୁ ଏହାଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଉପରେ ଆହୁରି ଅଧିକ ସୂଚନା ମାଗିଛି । ଟିକା ନିରାପଦ କି ନୁହେଁ ଏବଂ ଏହା ଶୀଘ୍ର ବା ତରବରରେ ପ୍ରସ୍ତୁତ କରାଯାଇଛି କି ନା ତା’ର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ପଡିବ ବୋଲି କହିଛି ଡବ୍ଲୁଏଚଓ । ଏହି ତଥ୍ୟ ମିଳି ସାରିବା ପରେ ଯାଇ ଏହାକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇ ପାରିବ । ଉଲ୍ଲେଖନୀୟ କି ଅକ୍ଟୋବର ୨୬ରେ ଡବ୍ଲୁଏଚଓର ଟେକ୍ନିକାଲ ଟିମ ଏହି ଟିକାର ଜରୁରୀକାଳିନ ବ୍ୟବହାର ହୋଇ ପାରିବ କି ନା ତା’ ଉପରେ ବିଚାର କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ଏପ୍ରିଲ ୧୯ରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କୋଭାକ୍ସିନ ଟିକା ପ୍ରସ୍ତୁତି ପାଇଁ ଡବ୍ଲୁଏଚଓକୁ ଆବେଦନ କରିଥିଲା । ହେଲେ ଡବ୍ଲୁଏଚଓ ତରବର ଭାବେ ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କହିଥିଲା ।

Share