ଜେନିଭା,୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ କ୍ୱାରାଣ୍ଟାଇନରେ ଥିବା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଡବ୍ଲୁଏଚ୍ଓ ମୁଖ୍ୟ ଟୁଇଟ କରି କହିଛନ୍ତି ଯେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସହ ମୁଁ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଏବେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ମୋର କରୋନାର କୌଣସି ଲକ୍ଷଣ ନାହିଁ। କିନ୍ତୁ ଡବ୍ଳୁଏଚ୍ଓ ପ୍ରୋଟୋକଲ ଅନୁଯାୟୀ ମୁଁ ଆଗାମୀ ଦିନରେ କ୍ୱାରାଣ୍ଟାଇନ୍ରେ ରହି କାର୍ଯ୍ୟ କରିବି। ସୂଚନାଯୋଗ୍ୟ, ସାରା ବିଶ୍ୱରେ ୬୦ ନିୟୁତରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ଯୋଗୁ ସାରା ବିଶ୍ୱରେ ୧.୨ ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଛି।