କେଜିଏଫ୍‌-୨ ପାଇଁ କିଏ ନେଇଛନ୍ତି କେତେ ଟଙ୍କା

କେଜିଏଫ୍‌-୧ର ସଫଳତା ପରେ ଦର୍ଶକ ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ଦେଖିବା ପାଇଁ ଚାହିଁ ବସିିଛନ୍ତି। ୨୦୧୮ରେ ଏହି ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିଲା। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ୱିତୀୟ ଭାଗ ଏପ୍ରିଲ ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ।
ଯଦି କେଜିଏଫ୍‌-୨ କଳାକାରମାନଙ୍କ ପାରିଶ୍ରମିକ କଥା କହିବା, ତେବେ କେଜିଏଫ୍‌ -୨ ପାଇଁ ୟଶ ପାରିଶ୍ରମିକ ବାବଦରେ ୨୫ କୋଟି ଟଙ୍କା ନେଇଥିବାବେଳେ ସଞ୍ଜୟ ଦତ୍ତ ଏହି ଫିଲ୍ମ ପାଇଁ ୧୦କୋଟି ଟଙ୍କା ନେଇଛନ୍ତି। ଏହି ଫିଲ୍ମ ପାଇଁ ରବିନା ଟଣ୍ଡନଙ୍କୁ ୨ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କୁ ପ୍ରାୟ ୧୮ କୋଟି ଟଙ୍କା ମିଳିଛି। ଏହାଛାଡା ଫିଲ୍ମର ସିନ ଓ ସିକ୍ୱେନ୍ସରେ ମଧ୍ୟ ବହୁତ ଖର୍ଚ୍ଚ ହୋଇଛି।

Share