ଖ୍ରୀଷ୍ଟମାସ ପାଳନ ନ କରିବାକୁ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୧ ।୧୨: ପାଖେଇ ଆସୁଛି ଖ୍ରୀଷ୍ଟମାସ ସହ ନୂଆବର୍ଷ । ବିଶ୍ୱବାସି ଏହି ପର୍ବକୁ ପାଳନ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଗତବର୍ଷ କରୋନା ମହାମାରୀ ପାଇଁ ଏହା ପାଳନ ହୋଇ ନ ଥିବା ବେଳେ ଏବର୍ଷ ବି ଏଥିରେ ଲାଗିଛି ଓମିକ୍ରନ ଗ୍ରହଣ । ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କଲାଣି । ଏହା ଅନ୍ୟ ଭାରିଏଣ୍ଟ ଅପେକ୍ଷା ଦ୍ରୁତ ବେଗରେ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢି ଯାଇଛି । ତେବେ ଓମିକ୍ରନର ଭୟାବହତାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଡାକ୍ତର ଟେଡ୍ରୋସ୍ ଏଡନମ ଚଳିତ ବର୍ଷ ସମସ୍ତ ଛୁଟି ବାତିଲ କରିବାକୁ ବିଶ୍ୱବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଏକାଠି ନ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏମିତି କଲେ ଆମେ ଅନେକାଂଶରେ ଓମିକ୍ରନ୍‌ଠାରୁ ଦୂରେଇ ରହିବା ବୋଲି ସେ କହିଛନ୍ତି ।

Share