ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ

ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ ନେଇ କୁହାଯାଇଛି କି ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଡେଙ୍ଗୁ କରାଉଥିବା ମଶାଙ୍କୁ ଲାଭ ହେଉଛି।

ବିଶ୍ୱ ସ୍ତରରେ ଡେଙ୍ଗୁ ଜ୍ୱରର ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ସୂଚନା ଦେଇ ଡବ୍ଲୁଏଚଓ କହିଛି ଯେ ରିପୋର୍ଟ ହୋଇଥିବା ମାମଲା ୨୦୦୦ରୁ ଆଠଗୁଣ ବୃଦ୍ଧି ପାଇ ୨୦୨୨ ରେ ୪.୨ ମିଲିୟନକୁ ବୃଦ୍ଧି ପାଇଛି। ମାର୍ଚ୍ଚରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସୁଦାନର ରାଜଧାନୀ ଖାର୍ତୁମରେ ପ୍ରଥମ ଥର ପାଇଁ ଏହି ରୋଗ ଚିହ୍ନଟ ହୋଇଥିଲାବେଳେ ୟୁରୋପରେ ଏହି ଘଟଣାରେ ବୃଦ୍ଧି ଘଟିଥିବା ଏବଂ ପେରୁର ଅଧିକାଂଶ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।
ଜାନୁଆରୀରେ, ଡବ୍ଲୁଏଚଓ ଚେତାବନୀ ଦେଇଛି ଯେ ଡେଙ୍ଗୁ ହେଉଛି ବିଶ୍ୱର ଦ୍ରୁତତମ ବିସ୍ତାରିତ ରୋଗ ଏବଂ ଏହା ମହାମାରୀ ପ୍ରତି ବିପଦ ସୃଷ୍ଟି କରିପାରେ। ବିଶ୍ୱର ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ବର୍ତ୍ତମାନ ଡେଙ୍ଗୁ ହେବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅବହେଳିତ ଟ୍ରପିକାଲ ରୋଗ ନିୟନ୍ତ୍ରଣ ବିଭାଗର ବିଶେଷଜ୍ଞ ଡକ୍ଟର ରମଣ ଭେଲାୟୁଧନ ଶୁକ୍ରବାର ଜେନେଭାରେ ଗଣମାଧ୍ୟମକୁ କହିଛନ୍ତି।
ଏକ ଭିଡିଓ ଲିଙ୍କ ମାଧ୍ୟମରେ ଭେଲାୟୁଧନ କହିଛନ୍ତି, ୧୨୯ ଟି ଦେଶରେ ୫.୨ନିୟୁତ ମାମଲା ସହିତ ୨୦୧୯ରେ ଡବ୍ଲୁଏଚଓ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ବିଶ୍ୱରେ ଡେଙ୍ଗୁ ରୋଗ ୪ ମିଲିୟନରୁ ଅଧିକ ହୋଇପାରେ, ଯାହା ମୁଖ୍ୟତଃ ଏସୀୟ ମୌସୁମୀ ଉପରେ ନିର୍ଭର କରୁଛି। ପୂର୍ବରୁ ପ୍ରାୟ ୩୦ ଲକ୍ଷ ଲୋକେ ଡେଙ୍ଗୁରେ ପୀଡ଼ିତ ହୋଇସାରିଛନ୍ତି।

Share