ଡବ୍ଲ୍ୟୁଏଚ୍‌ଓର ଚେତାବନୀ: ଡେଲ୍‌ଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା,୧୫।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଏ ଗେବ୍ରେୟେସସ କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟ ୭୭ଟି ଦେଶରେ ଆସିଛି। ପୂର୍ବ ଭାରିଆଣ୍ଟ ଡେଲ୍‌ଟାଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି। ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିଲା। ୨୪ ନଭେମ୍ବରରେ ଡବ୍ଲ୍ୟୁଏଚ୍‌ଓକୁ ଏହି ଭାରିଆଣ୍ଟ ବିଷୟରେ ଅବଗତ କରାଯାଇଥିଲା। ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ, ଏହା ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ ଅଟେ। ଭାରତରେ କରୋନାର ଦ୍ୱିତୀୟ ଲହର ପାଇଁ ଡେଲଟା ଭାରିଆଣ୍ଟ ଦାୟୀ ବୋଲି ବିଶ୍ୱାସ କରାଯାଏ।
ଅନ୍ୟପକ୍ଷରେ, ମଙ୍ଗଳବାର ଦିନ ଭାରତର ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଭାରିଆଣ୍ଟର ଚାରିଟି ନୂଆ ମାମଲା ମହାରାଷ୍ଟ୍ରରେ ରିପୋର୍ଟ ହୋଇଥିବାବେଳେ ଏହି ପ୍ରକାରର ଆଠଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଓମିକ୍ରନ ଭାରିଏଣ୍ଟ ମାମଲା ୬୧କୁ ବୃଦ୍ଧି ପାଇଛି।

Share