ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ: ଶୀଘ୍ର ହଟାଅନି କରୋନା କଟକଣା…

ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଦେଶରେ ଜାରି ରହିଥିବା କରୋନା କଟକଣା ଶୀଘ୍ର ନ ହଟାଇଇବାକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟ୍ରେଡୋସ୍‌ ଅଧାନୋମ୍‌ ଘେବ୍ରାୟସସ୍‌ ପରାମର୍ଶ ଦେଇଛନ୍ତି। ତରବର ହୋଇ ଅନ୍‌ଲକ୍‌ ପ୍ରକ୍ରିୟା ନ କରିବାକୁ ସେ କହିଛନ୍ତି। ଭାରତରେ ଦେଖାଦେଇଥିବା ଡେଲ୍ଟା(ବି-୧-୬୧୭-୨) ଭାରିଆଣ୍ଟ୍‌ ଅଧିକ ଭୟଙ୍କର। ଏହାର ନୂଆ ମ୍ୟୁଟେଶନ୍‌ ଅଧିକ ବେଗରେ ବ୍ୟାପିବା ସହିତ ତାଣ୍ଡବ ରଚିବ ବୋଲି ସେ ସତର୍କ ସୂଚନା ଦେଇଛନ୍ତି। ଯେଉଁମାନେ ଭାକ୍ସିନ୍‌ ନେଇ ନାହାନ୍ତି ସେମାନଙ୍କ ପାଇଁ ଅଧିକ ବିପଦ ରହିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପରେ ଭାରତ ସରକାର ଅନ୍‌ଲକ୍‌ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାର ଉଚିତ ବୋଲି ସେ କହିଛନ୍ତି।

Share