କିଏ ଥିଲେ ଦୀପିକାଙ୍କ ପ୍ରଥମ କ୍ରଶ

ବଲିଉଡ  ଅଭିନେତ୍ରୀ ଦୀପିକା ପାଦୁକୋନ  ତାଙ୍କ ସୁନ୍ଦର  ଅଭିନୟ ପାଇଁ  ଅନେକ ସମୟରେ    ଚର୍ଚ୍ଚାରେ ଥାଆନ୍ତି। ଦୀପିକା ରଣବୀର ସିଂଙ୍କୁ ବିବାହ କରିଥାଇ ପାରନ୍ତି, ମାତ୍ର ଏକ ସମୟ ଥିଲା ଯେତେବେଳେ ତାଙ୍କ ନାମ ଅନେକ ଅଭିନେତାଙ୍କ ଠାରୁ ମାରମ୍ଭ କରି କ୍ରିକେଟରଙ୍କ ସହିତ  ଯୋଡ଼ା ଯାଇଥିଲା। ମାତ୍ର ଦୀପିକାଙ୍କ ପ୍ରଥମ କ୍ରଶ୍‌ କିଏଥିଲେ ଜାଣିଛନ୍ତି? ତାଙ୍କ ପ୍ରଥମ
କ୍ରଶ  ତାଙ୍କ ବଲିଉଡର କୋ-ଷ୍ଟାର ଥିଲେ। ଏ ନେଇ ଦୀପିକା ନିଜେ ଏକ ସାକ୍ଷାତକାରରେ କହିଛନ୍ତି।  ସେ କହିଛନ୍ତି ଯେ, ଅର୍ଜୁନ ରାମପାଲଙ୍କ ଉପରେ ଫିଦା ହୋଇଯାଇଥିଲି ।
ନିକଟରେ ଦୀପିକାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତ୍ରୀଙ୍କୁ ପଚରାଯାଉଛି କି ଓମ୍‌ ଶାନ୍ତି ଓମରେ ସେହି ହିଂସା ଦୃଶ୍ୟର ସୁଟିଂ କରିବା ତୁମ ପାଇଁ କଷ୍ଟକର କି? ବୋଲି ପଚରାଯାଉଛି ଏହାର ଉତ୍ତରରେ ଦୀପିକା ଅର୍ଜୁନ ରାମପାଲଙ୍କୁ  ତାଙ୍କ କ୍ରଶ କହୁଛନ୍ତି।
Share