ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା…

ନୂଆଦିଲ୍ଲୀ,୧୯।୯: ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ ଏଭଳି ଆରୋପପ୍ରତ୍ୟାରୋପ ଆରମ୍ଭ ହୋଇଛି। ତେବେ ନିକଟରେ ଜି୨୦ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଟ୍ରୁଡୋ ସ୍ବଦେଶ ପହଞ୍ଚିବା ପରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି। ଏପରିକି କାନାଡାରେ ଜଣେ ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ଏଭଳି ଘଟଣାକୁ ନେଇ ହରଦୀପ ସିଂହ କିଏ ତାହାକୁ ନେଇ ପ୍ରଶ୍ନ ଉଠିଛି।

ହରଦୀପ ସିଂହ ଜଣେ ଖାଲିସ୍ତାନୀ ଆତଙ୍କବାଦୀ। ସେ ଆତଙ୍କବାଦୀ ସମୂହ ଶିଖ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ସହ ଜଡ଼ିତ ଥିଲେ। ଏଥିସହ ଖାଲିସ୍ତାନୀ ଟାଇଗର ଫୋର୍ସ(କେଟିଏଫ୍‌)ର ମୁଖ୍ୟ। କେଟିଏଫ୍‌କୁ ଭାରତରେ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି। ଏପରିକି ହରଦୀପଙ୍କ ମୁଣ୍ଡ ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଯେଉଁ ସଂଗଠନର ମୁଖ୍ୟ ଥିଲେ, ତାର ସଦସ୍ୟ ୧୯୯୫ରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟା କରିଥିଲେ। ପଞ୍ଜାବ ପୋଲିସ ନିକଟରେ ଥିବା ସୂଚନା ଅନୁଯାୟୀ ହରଦୀପ ଜଳନ୍ଧରର ଭାରସିଂହପୁରା ଗ୍ରାମର ବାସିନ୍ଦା ଥିଲେ। ସେ ୧୯୯୬ରେ କାନାଡ଼ା ଚାଲିଯାଇଥିଲେ।

କାନାଡାରେ ହରଦୀପ ପ୍ଲମ୍ବର ଭାବେ କାମ ଆରମ୍ଭ କରିଥିଲେ। ହେଲେ ଗତ କିଛି ବର୍ଷ ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ସମର୍ଥକଙ୍କ ଗତିବିଧିରେ ସାମିଲ ହେବା କାରଣରୁ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଥିଲା। ତାଙ୍କ ବିରୋଧରେ ଭାରତରେ ଅନେକ ମାମଲା ରହିଥିବା ବେଳେ ସେ ଶ୍ରେଷ୍ଠ ୪୦ ଆତଙ୍କବାଦୀ ତାଲିକାରେ ସାମିଲ ମଧ୍ୟ ଥିଲେ।

ଟ୍ରୁଡୋ ହରଦୀପଙ୍କୁ କାନାଡା ନାଗରିକ ଦର୍ଶାଇ ଭାରତ ସହ ସମ୍ପର୍କ କରିବାକୁ ଚାହୁଁଥିବା ବେଳେ ସେ ଦେଶର ନାଗରିକ ଥିଲା କି ନାହିଁ ସେ ନେଇ ସନ୍ଦେହ ଦେଖାଦେଇଛି। ସେ ଜାଲ ପାସପୋର୍ଟ ଦେଖାଇ କାନାଡାରେ ପସିଥିବା କୁହାଯାଉଛି। ହେଲେ ହରଦୀପ ନିଜକୁ କାନାଡା ନାଗରିକ ବୋଲି କହି ଆସୁଥିଲେ। ଟ୍ରୁଡୋ ମଧ୍ୟ ସୋମବାର ହାଉସ୍‌ ଅଫ୍‌ କମନ୍ସରେ ସେହି କଥା ଦୋହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri