Categories: ଫୁରସତ

ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ଜାଣି ନ ଥିବେ ନାମ…

ଭାରତରେ ପ୍ରତି ବର୍ଷ ସେପ୍ଟେମ୍ବର ୧୫କୁ ୟ‘ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ୧୯୬୮ରେ କେନ୍ଦ୍ର ସରକାର ଏହି ଦିନଟିକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ହୁଏତ ନା। ଆସନ୍ତୁ ଜାଣିବା।

ଭାରତର ପ୍ରଥମ ଇଞ୍ଜିନିୟର ଥିଲେ ସାର୍‌ ଏମ୍‌ ବିଶ୍ୱେଶ୍ୱରାୟା। ଇଞ୍ଜିନିୟରିଂ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନକୁ ନେଇ ତାଙ୍କୁ ୧୯୫୫ରେ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଜନ୍ମବାର୍ଷିକୀକୁ ଦେଶରେ ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ଏହି ଦିନଟିକୁ ସମସ୍ତ ଇଞ୍ଜିନିୟରଙ୍କୁ ସମ୍ମାନିତ କରିବା ଲାଗି ପାଳନ କରାଯାଏ।

ଭାରତ ବ୍ୟତିତ ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ମଧ୍ୟ ସେପ୍ଟେମ୍ବର ୧୫ରେ ଇଞ୍ଜିନିୟର୍ସ ଡେ’ ପାଳନ କରାଯାଉଛି।

Share