ସାମ୍ନାକୁ ଆସିଲା ସତ, କିଏ ହେବେ ନୀତୀଶଙ୍କ ଉତ୍ତରାଧିକାରୀ କହୁକହୁ କହିଦେଲେ ଏହି ନେତା

ପାଟ୍‌ନା,୨ା୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଉତ୍ତରାଧିକାରୀ ଚୟନ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ସେ ଚାକିରି ଛାଡ଼ି ଜୁଲାଇରେ ନୀତୀଶ କୁମାରଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ୍‌(JDU)ରେ ଯୋଗ ଦେଇଥିଲେ। ତେଣୁ ସେ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଲୋଚନା ହେଉଛି। ମାତ୍ର ଏହାକୁ ନେଇ ମୁହଁ ଖୋଲିଛନ୍ତି ଆଇଏଏସ୍‌ ମନୀଷ କୁମାର ବର୍ମା।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଦଳରେ ଆସି ମିଶିବା ଅର୍ଥ ମୁଁ ଯେ ସବୁ ପାଇଯିବି ତାହା ଭାବିବା ଭୁଲ୍‌। ଯାହା ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ମିଛ କଥା।

ତାଙ୍କୁ ଯେତେବେଳେ ପଚରା ଯାଇଥିଲା ପ୍ରଶାନ୍ତ କିଶୋର ଏନେଇ ଭବିଷ୍ୟବାଣୀ କରିଛନ୍ତି। ସେ ଏହାର ଉତ୍ତରରେ କହିଥିଲେ, ଆଜିକାଲି ସେ ନିଜ ଦଳ ଗଠନ କରୁଛନ୍ତି ଏବଂ ଜେଡିୟୁକୁ କଡ଼ା ଟାର୍ଗେଟ କରୁଛନ୍ତି। ପ୍ରଶାନ୍ତ କିଶୋର ଯାହା ପାରୁଛନ୍ତି, ତାହା କହୁଛନ୍ତି। ବର୍ତ୍ତମାନ ତାଙ୍କର ଲକ୍ଷ୍ୟ ଯେଉଁଠାରେ ସେ ଲାଭ ପାଇବେ ସେଠାରେ ସେ କଥା କହିବେ। ଆହୁରି ମଧ୍ୟ ସେ କହିଛନ୍ତି, ନୀତୀଶଙ୍କ ପୁଅ ତେଜସ୍ବୀ। ତେଣୁ ତାଙ୍କୁ ସବୁ ମିଳିଛି।

ଯେତେବେଳେ ତାଙ୍କୁ ଆଉ ଥରେ ପଚରାଯାଇଥିଲା ମନୀଷ ବର୍ତ୍ତମାନ ନୀତୀଶ କୁମାରଙ୍କ ଉତ୍ତରାଧିକାରୀ କି ନାହିଁ, ସେ କହିଥିଲେ ଯେ, ଅନେକ ଉତ୍ତରାଧିକାରୀ ସୃଷ୍ଟି ହୋଇଛନ୍ତି ଏବଂ ଅନେକ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଯୋଡ଼ି ପାରିବେ ୪ ନୋମିନି, ଲୋକ ସଭାରେ ପାରିତ ହେଲା ବିଲ୍‌

ନୂଆଦିଲ୍ଲୀ, ୩।୧୨: ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍‌ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର...

କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ…

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ଅବଧ ଓଝା ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଦିନକ ପୂର୍ବରୁ...

ପିଏମ ଇନର୍ଟନଶିପ୍‌ ଯୋଜନାକୁ ନେଇ ବଡ଼ ଘୋଷଣା, ବୟସସୀମାରେ ହେଲା ବଡ଼ ପରିବର୍ତ୍ତନ, ମାସକୁ ମିଳିବ…

ନୂଆଦିଲ୍ଲୀ,୩।୧୨: ଉଦ୍‌ଘାଟନ ପୂର୍ବରୁ ସ୍ଥଗିତ ହେଲା ପିଏମ ଇନର୍ଟନଶିପ୍‌ ଯୋଜନା। ୫ ବର୍ଷରେ ୧ କୋଟି ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ ୫୦୦ କମ୍ପାନିରେ ଇନର୍ଟନଶିପ ଦେବା...

ମେଣ୍ଟକୁ ଶିନ୍ଦେ କହିଦେବେ ନମସ୍କାର! ଓଲଟିଗଲା ଆକଳନ…

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୧ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାୟୁତି ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ...

ଶିନ୍ଦେ ରଚିଲେ ଚକ୍ରବ୍ୟୁହ, ଫସିଯିବ ଭାଜପା!

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଶିବସେନା...

ମହାରାଷ୍ଟ୍ରରେ ଚାଲିଛି ମୂଷା ବିଲେଇ ଖେଳ: ବିରୋଧୀ

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରକାଶ ଥାଉକି, ଏକ ସପ୍ତାହରୁ ଅଧିକ ସମୟ ହେବ ନିର୍ବାଚନ ଫଳାଫଳ...

ବିଗିଡିଲା ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୧୨:ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଠାଣେର ଜୁପିଟର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯାଞ୍ଚ କରାଇ ନେବାକୁ...

ପୁଣି ଧୋକା ଦେଲା ଗୁଗଲ୍‌ ମ୍ୟାପ୍‌: କେନାଲରେ ଖସିଲା କାର୍‌

ନୂଆଦିଲ୍ଲୀ,୩।୧୨: ଗୁଗଲ୍‌ ମ୍ୟାପରୁ ସ୍ଥାନ ଦେଖି ଭ୍ରମଣ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇଛି। କିଛି ଦିନ ପୂର୍ବରୁ ଅସମ୍ପୂର୍ଣ୍ଣ ବ୍ରିଜରୁ କାର ଖସିପଡି ତିନି ଜଣଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri