କିଏ ହେବ ପିସିସି ସଭାପତି: ଦିଲ୍ଲୀରୁ ଫେରି କହୁକହୁ ଏମିତି କହିଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୨୭।୭: ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ଶିବିରରେ ମାନସ ମନ୍ଥନ ଚାଲିଛି। ତେବେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡ଼ିଶା ସ୍ବାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ୍ଣ ପ୍ରୟାସ କରିପାରୁଥିବ ସେଭଳି ଲୋକଙ୍କୁ ଏଆଇସିସି ପିସିସି ସଭାପତି ଭାବେ ନିଯୁକ୍ତ କରିବ ବୋଲି ସେ କହିଛନ୍ତି । ବ୍ୟକ୍ତିଗତ ଆଉ ଦଳଗତ ଇଛା ଭିନ୍ନ। ତେଣୁ ଯାହା ନିଷ୍ପତ୍ତି ନିଆଯିବ ତାହା ସମସ୍ତେ ଗ୍ରହଣ କରିବେ ।