ଲେଖାଶ୍ରୀ ନୁହେଁ, ଏହି ମହିଳାଙ୍କୁ ମିଳିବ ବାଲେଶ୍ୱର ଟିକେଟ୍‌, ହେଲା ଫାଇନାଲ!

ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଭାଜପା ଆହୁରି ୩୫ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିବା ବାକି ରହିଛି । ସେହିପରି ବହୁ ପଛରେ ରହିଛି କଂଗ୍ରେସ । ଦଳ ମାତ୍ର ୪୯ ବିଧାନସଭା ଏବଂ ୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେବେ ଉଭୟ ଦଳ କାହିଁକି ଟିକେଟ୍‌ ଘୋଷଣାରେ ବିଳମ୍ବ କରୁଛନ୍ତି, ତାକୁ ନେଇ ଉଠୁଛି ପ୍ରଶ୍ନ । କୁହାଯାଉଛି, ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଥିବାରୁ ଦୁଇ ଦଳ ପ୍ରାର୍ଥୀ ଦେବାରେ ବିଳମ୍ବ କରୁଛନ୍ତି ।

ବିଜେଡି ୨୧ଟିରୁ ୨୦ ଲୋକ ସଭା ଆସନ ପାଇଁ ଟିକେଟ ଘୋଷଣା କରିସାରିଥିବା ବେଳେ ଗୋଟିଏ ଆସନ ବାଲେଶ୍ୱରରୁ ରହିଛି। ଏଠାରୁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ରହିଛି। ଲୋକ ସଭାରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ଦଳ ଘୋଷଣା କରିଛି । ତେଣୁ ବାଲେଶ୍ୱର ଆସନ ପାଇଁ ଯଦି ବିଜେଡି ମହିଳା ପ୍ରାର୍ଥୀ ଘୋଷଣା କରେ, ତା’ ହେଲେ ଏହି କୋଟା ପୂରଣ ହୋଇଯିବ । ଆଉ ଏହି ଆସନ ପାଇଁ କେତେବେଳେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷା ସୋନିଙ୍କ ନାଁ ଚର୍ଚ୍ଚା ହେଉଛି ତ କେତେବେଳେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ଚର୍ଚ୍ଚା ହେଉଛି । କିନ୍ତୁ ଦଳ ଏ ପର୍ଯ୍ୟନ୍ତ ନାଁ ଘୋଷଣା କରିନାହିଁ । ଏହାରି ମଧ୍ୟରେ ଦଳ ଲେଖାଶ୍ରୀଙ୍କୁ ମଇଦାନକୁ ଆଣିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

Share