Posted inଖେଳ

ଧୋନିଙ୍କ ପରେ ଚେନ୍ନାଇରେ କିଏ ହେବେ ପରବର୍ତ୍ତୀ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୧୬।୧୨: ୫ ଥର ଆଇପିଏଲ ଟ୍ରଫି ଜିତାଇଥିବା ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହାର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଯୁକ୍ତି ବାଢିଛି। ତେବେ ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ମଧ୍ୟ ମୁମ୍ବାଇ ଭଳି। ଚେନ୍ନାଇକୁ ମଧ୍ୟ ମହେନ୍ଦ୍ର ସିଂ ଧୋନି ୫ଥର ଚାମ୍ପିୟନ କରାଇଛନ୍ତି ଏବଂ ବୋଧହୁଏ ଆଇପିଏଲ ୨୦୨୪ ଅଧିନାୟକ ତଥା ଖେଳାଳି ଭାବରେ ତାଙ୍କର ଶେଷ ସିଜନ ହୋଇପାରେ। ଏଭଳି ପରିସ୍ଥିତିରେ ଧୋନିଙ୍କ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ କିଏ ହେବେ? ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରକୃତରେ, ମୁମ୍ବାଇ ପରି ଚେନ୍ନାଇ ମଧ୍ୟ ଆଇପିଏଲ ୨୦୨୨ରେ ଧୋନିଙ୍କ ଉପସ୍ଥିତିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରିଥିଲା, କିନ୍ତୁ ସିଏସକେର ଏହି ପଦକ୍ଷେପ ଭଲରେ ଚାଲି ନ ଥିଲା ଏବଂ ସିଜିନ୍‌ ମଧ୍ୟରେ ଧୋନିଙ୍କୁ ପୁଣିଥରେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପଡିଲା। ଏହା ପରେ ଧୋନି ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ ୨୦୨୩ରେ ଚାମ୍ପିୟନ କରାଇଥିଲେ ଏବଂ ବର୍ତ୍ତମାନ ଆଇପିଏଲ ୨୦୨୪ ପାଇଁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ଅଧିନାୟକ ଭାବେ ଘୋଷଣା କରିଛନ୍ତି।

ଏପରି ପରିସ୍ଥିତିରେ, ଯଦି ଧୋନି ଆଇପିଏଲ ୨୦୨୪ ପରେ ଅବସର ନେବେ, ତା’ହେଲେ ତାଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ କିଏ ହେବେ? ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବା ଅତ୍ୟନ୍ତ କଷ୍ଟକର, କିନ୍ତୁ ତଥାପି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ଉପରେ ଚେନ୍ନାଇ ଦଳ ବେଟ୍‌ ଲଗାଇପାରେ। ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଋତୁରାଜ ଗାଇକୱାଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ: ହୋଲି ଖେଳିବା ଇସଲାମରେ ଅପରାଧ

କୋଲକାତା,୧୬ା୩: ସର୍ବଭାରତୀୟ ମୁସଲିମ ଜମାତ ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ଭାରତୀୟ ପେସର ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ କରିଛନ୍ତି। ଶାମିଙ୍କ ଝିଅ...

PSL ଛାଡି IPL ଖେଳିବାକୁ ପଳେଇ ଆସିଲେ ଦକ୍ଷିଣ ଆଫ୍ରିକା ଖେଳାଳି; ଲିଗାଲ ନୋଟିସ ପଠାଇଲା ପାକିସ୍ତାନ

କରାଚୀ,୧୬ା୩: ଆଗାମୀ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ୩୦ ବର୍ଷୀୟ ଅଲରାଉଣ୍ଡର କର୍ବିନ ବୋଶ୍ଚଙ୍କୁ ଚୁକ୍ତି ଉଲ୍ଲଂଘନ କରିବା ଲାଗି ପାକିସ୍ତାନ...

ପାକିସ୍ତାନ ବିପକ୍ଷରେ ଭାରତୀୟ କ୍ରିକେଟର ପ୍ରାଧାନ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟରେ କ୍ରିକେଟ ଫିଲ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତୀବ୍ରତା ସମ୍ପର୍କରେ ନିଜ ମତାମତ ରଖିଛନ୍ତି।...

IPLରେ ରୋହିତଙ୍କ ପାଇଁ କାଳ ଏହି ବୋଲର୍‌

ନୂଆଦିଲ୍ଲୀ,୧୬।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଗତ ୧୭ ସିଜିନରେ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା...

ଗୋଟିଏ ମ୍ୟାଚ୍‌ରେ ଲଗାତାର ଦୁଇଟି ଅର୍ଦ୍ଧଶତକ ମାରିଲେ ଇଶାନ କିଷାନ, ଦ୍ବନ୍ଦରେ ପଡିଲା BCCI

ହାଇଦ୍ରାବାଦ, ୧୬।୩: ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ୱିକେଟ୍‌ କିପର-ବ୍ୟାଟ୍‌ମ୍ୟାନ୍‌ ଇଶାନ କିଷାନ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ପାଇଁ ଷ୍ଟାଇଲ୍‌ରେ ପ୍ରସ୍ତୁତ ହେଉଛନ୍ତି। ଶନିବାର...

ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ...

BCCI’ର ପରିବାର ପ୍ରତିବନ୍ଧକ ନିୟମ ଉପରେ ମୁହଁ ଖୋଲିଲେ ବିରାଟ କୋହଲି: କହିଲେ-ଏକା ବସି…

ନୂଆଦିଲ୍ଲୀ, ୧୬।୩: ଭାରତୀୟ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଖେଳାଳିମାନେ ଗସ୍ତରେ ଥିବା ସମୟରେ ପରିବାର ପ୍ରତିବନ୍ଧକ ଉପରେ ବିସିସିଆଇର ନୂତନ ନିୟମ ସମ୍ପର୍କରେ ମୁହଁ...

ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍‌ଫିଟ୍‌ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image