Categories: ଜାତୀୟ

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ ଲାଗିଥିବା କଳୀ ପଦାରେ ପଡ଼ିଛି। ସୋରେନ ପରିବାରର ବଡ ବୋହୂ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି କଳ୍ପନା ସିଏମ ହେବା ତାଙ୍କ ପାଇଁ ଗ୍ରହଣୀୟ ନୁହେଁ।

ବାସ୍ତବରେ ସୀତା ମୁର୍ମୁ ଓରଫ ସୀତା ସୋରେନ ହେଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତ୍ରୀ। ସେ ଝାଡଖଣ୍ଡର ଜାମାର ବିଧାୟିକା। ସୀତା ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ପୁଅ ସ୍ବର୍ଗତ ଦୁର୍ଗା ସୋରେନଙ୍କ ସ୍ତ୍ରୀ।

ସୀତା କହିଛନ୍ତି ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସିଏମ ହେବା ଉଚିତ ନୁହେଁ। ଏହି ପଦବୀ ଉପରେ ମୋର ପ୍ରଥମ ଅଧିକାର ରହିଛି। ଭାବରେ ଗ୍ରହଣୀୟ ନୁହେଁ। ସେ କହିଛନ୍ତି ହେମନ୍ତ ପଦବୀରୁ ହଟିଲେ ମୋର ସିଏମ ଚେୟାରରେ ମୋର ପ୍ରଥମ ଦାବି ରହିବ।

Share