ମୋହନ ସରକାରରେ କିଏ ହେବେ ମନ୍ତ୍ରୀ; କାହାକୁ ମିଳିବ ସୁଯୋଗ? ରେସ୍‌ରେ ଅଛନ୍ତି ଏସବୁ ହେଭିଓ୍ବେଟ୍‌..

ଭୁବନେଶ୍ୱର,୧୨।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମୋହନ ମାଝୀ ଶପଥ ନେବେ। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ମୋହନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ସେନେଇ ଚର୍ଚ୍ଚା ଜୋର ଧରିଛି। ଆଶାୟୀ ବିଧାୟକମାନେ ଫୋନ କଲ୍‌ ଅପେକ୍ଷାରେ ଅଛନ୍ତି।

ତେବେ ସମ୍ଭାବ୍ୟ ମନ୍ତ୍ରୀ ରେସ୍‌ରେ ଆଗରେ ରହିଛନ୍ତି ଅନେକ ହେଭିୱେଟ। ସେମାନେ ହେଲେ ସୁରେଶ ପୂଜାରୀ, ଜୟ ନାରାୟଣ ମିଶ୍ର, ରବି ନାଏକ ଓ ସୂରମା ପାଢୀ। ସେହିଭଳି ନୂଆ ମୁହଁ ଭାବେ ଚର୍ଚ୍ଚାରେ ରହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ବାଇଁ ଓ ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ଆକାଶ ଦାସନାୟକ ଓ ବାବୁ ସିଂଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି କୁହାଯାଉଛି।

ପ୍ରକାଶ ଯେ, ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୨୧ ଜଣ ମନ୍ତ୍ରୀ ରହିପାରିବେ। ଏଥିରେ ଅଭିଜ୍ଞ, ନବାଗତଙ୍କୁ ମିଶାଇ ସବୁ ସଂସଦୀୟ କ୍ଷେତ୍ରକୁ ଯେଭଳି ପ୍ରତିନିଧିତ୍ୱ ମିଳିବ, ତା’ଉପରେ ଗୁରୁତ୍ୱ ଦିଆଯାଉଛି।

Share