Posted inଜାତୀୟ

ଅବସର ନେବେ ଚନ୍ଦ୍ରଚୂଡ଼, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୫: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଲେଣି। ଯଦି ଆମେ ସୁପ୍ରିମକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାକୁ ଦେଖିବା, ତେବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପରେ ଆସନ୍ତା ୮ ବର୍ଷ ମଧ୍ୟରେ ଜଷ୍ଟିସ ଜେ.ବି ପାରଦୀଓ୍ବାଲା ଏକମାତ୍ର ବିଚାରପତି ହେବେ ଯିଏକି ପ୍ରଧାନ ବିଚାରପତି ପଦରେ ୨ ବର୍ଷରୁ ଅଧିକ ସମୟ ରହିବେ। ଏହା ବ୍ୟତୀତ କୌଣସି ମୁଖ୍ୟ ବିଚାରପତି କେହି ବି ୧ ବର୍ଷରୁ ଅଧିକ ସମୟ ଚେୟାରରେ ରହି ନାହାନ୍ତି।

ଭାରତର ପ୍ରଧାନ ବିଚାରପତି ହେଉଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ। ମୁଖ୍ୟ ବିଚାରପତି ହେଉଛନ୍ତି ‘ମାଷ୍ଟର ଅଫ ରୋଷ୍ଟର’ ଏବଂ ଦୁଇ କିମ୍ବା ଅଧିକ ବିଚାରପତିଙ୍କ ଏକ ବେଞ୍ଚ ଗଠନ ଏବଂ ସେମାନଙ୍କୁ ମାମଲା ନ୍ୟସ୍ତ କରିବାର ଅଧିକାର ଅଛି। ପ୍ରଧାନ ବିଚାରପତି ମଧ୍ୟ ସୁପ୍ରିମକୋର୍ଟ କଲେଜିୟମର ମୁଖ୍ୟ, ଯାହା ସୁପ୍ରିମକୋର୍ଟରୁ ହାଇକୋର୍ଟରେ ବିଚାରପତି ନିଯୁକ୍ତ କରିବାକୁ ସୁପାରିସ କରନ୍ତି। ଏହା ବ୍ୟତୀତ ପ୍ରଧାନ ବିଚାରପତି ମଧ୍ୟ ସୁପ୍ରିମକୋର୍ଟର ସମସ୍ତ ପ୍ରଶାସନିକ କାର୍ଯ୍ୟର ଯତ୍ନ ନିଅନ୍ତି।

ଭାରତରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ କଲେଜିୟମ ସିଷ୍ଟମ ମାଧ୍ୟମରେ ନିଯୁକ୍ତ ହୁଅନ୍ତି। ଭାରତର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ସୁପ୍ରିମକୋର୍ଟ କଲେଜିୟମରେ ୪ ଜଣ ବରିଷ୍ଠ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରନ୍ତି। ଏହା ବ୍ୟତୀତ ବିଚାରପତିଙ୍କ ସ୍ଥାନାନ୍ତର ଉପରେ ମଧ୍ୟ କଲେଜିୟମ ନିଷ୍ପତ୍ତି ନିଏ।

ଭାରତର ସମ୍ବିଧାନରେ କଲେଜିୟମ ବ୍ୟବସ୍ଥା ପାଇଁ କୌଣସି ଣସି ବ୍ୟବସ୍ଥା ନାହିଁ। ଅକ୍ଟୋବର ୧୯୯୮ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ସେବେଠାରୁ ଏହି ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୪ରେ କଲେଜିୟମ ବ୍ୟବସ୍ଥାରେ ଜାତୀୟ ଜୁଡିସିଆଲ ନିଯୁକ୍ତି ଆୟୋଗ (ଏନ୍‌ଜେଏସି) ଗଠନ କରାଯାଇଥିଲା, କିନ୍ତୁ ମାମଲା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ କୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।

ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ବରିଷ୍ଠତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଯଦି ବରିଷ୍ଠତା ନୀତି ଅନୁସରଣ କରାଯାଏ, ତେବେ ଜଷ୍ଟିସ ସଞ୍ଜୀବ ଖାନ୍ନା ୧୧ ନଭେମ୍ବର ୨୦୨୪ରେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୬ ମାସ ହେବ ଏବଂ ସେ ୧୩ ମେ’ ୨୦୨୫ରେ ଅବସର ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri