Categories: ଜାତୀୟ

କିଏ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ: ଉଦ୍ଧବ ଠାକ୍‌ରେ କଲେ ବଡ଼ ଘୋଷଣା

ମୁମ୍ବାଇ,୧୬।୮:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଗାଡି (ଏମ୍‌ଭିଏ) ବୈଠକରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଆଜିଠାରୁ ଆମେ ଏକାଠି ସଂଗ୍ରାମ ଆରମ୍ଭ କରିବୁ। ଏହି ଯୁଦ୍ଧରେ ଆମର ବିଜୟ ନିଶ୍ଚିତ।
ସେ କହିଛନ୍ତି ଯେ ସମସ୍ତେ ମୋତେ ପଚାରୁଛନ୍ତି ଏଥର ମୁଖ୍ୟମନ୍ତ୍ରୀ ପଦର ଚେହେରା କିଏ ହେବ? ରାଜ୍ୟ ନେତାମାନେ ମୋତେ ବାରମ୍ବାର ଏହି ପ୍ରଶ୍ନ ପଚାରୁଛନ୍ତି। ମୁଁ କହୁଛି, ଶରଦ ପାୱାର ସାହେବ ଏବଂ ପୃଥ୍ବୀରାଜ ଜୀ ଯାହାଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ତାଙ୍କୁ ମୁଁ ସମର୍ଥନ କରିବି।
ସେ କହିଛନ୍ତି, ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ। ଗୋଟିଏ ଜିଦ ସହିତ ନିର୍ବାଚନ ଲଢେଇ କରିବାକୁ ପଡ଼ିବ। ଆମ ସମସ୍ତଙ୍କୁ ଏକ ଶପଥ ନେବାକୁ ପଡିବ ଯେ ଆମେ ସେମାନଙ୍କୁ (ଭାଜପା) ପରାସ୍ତ କରିବୁ।

Share