Categories: ଜାତୀୟ

ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା, ଏହିଦିନ ହେବ ଘୋଷଣା: ଜୟରାମ ରମେଶ

ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳ ନିଜର ବହୁମତ ପାଇଁ ଦାବିି କରୁଛନ୍ତି। ଏହାରି ଭିତରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜୁନ ୪ରେ କଂଗ୍ରେସ ସରକାର କରିବାକୁ ଯାଉଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୨୦୦୪ ନିର୍ବାଚନ ଫଳାଫଳ ପରେ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ୩ ଦିନ ସମୟ ଲାଗିଥିଲା। ମୁଁ ଭାବୁଛି ଏଥର ୨ ଦିନ ମଧ୍ୟ ଲାଗିବ ନାହିଁ ।

ଜୟରାମ ରମେଶ ଆହୁରି କହିଛନ୍ତି, ଆମ ନିର୍ବାଚିତ ପ୍ରଧାନମନ୍ତ୍ରୀ ଯିଏ ହେବେ ସେ ସରକାରଙ୍କୁ ୫ ବର୍ଷ ଧରି ରଖିବେ। ଗଣତାନ୍ତ୍ରିକ ଢଙ୍ଗରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଉପସ୍ଥିତ ରହିବେ। କିନ୍ତୁ ଜଣେ ଏକଛତ୍ରବାଦୀଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେବୁ ନାହିଁ।

Share