Categories: ଜାତୀୟ

କିଏ ହେବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ,ମମତା ଦେଲେ ଜବାବ

ନୂଆଦିଲ୍ଲୀ,୩୦।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଭାଗ ନେବାକୁ ବିରୋଧୀ ଦଳର ନେତାଙ୍କ ଆଗମନ ପ୍ରକ୍ରିୟା ଆରମ୍ଭ କରିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି।
ମମତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚେହେରା ‘ଇଣ୍ଡିଆ’ ହେବ। ଆମର ସଂଗ୍ରାମ ହେଉଛି ଦେଶକୁ ବଞ୍ଚାଇବା। ପୂର୍ବରୁ ସିଲିଣ୍ଡରର ମୂଲ୍ୟ ଏତେ ବୃଦ୍ଧି ପାଇଥିଲା, ବର୍ତ୍ତମାନ ଏହାକୁ ମାତ୍ର ୨୦୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ନିର୍ବାଚନ ଅଛି, ତେଣୁ ମୂଲ୍ୟ ହ୍ରାସ କରାଯାଇଛି।
ଗୁରୁବାର ଠାରୁ ମୁମ୍ବାଇରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ଆଲାଇନ୍ସର ବୈଠକରେ ୨୮ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ଅଂଶଗ୍ରହଣ କରିବେ।

Share