Posted inଖେଳ

ଟି-୨୦ ବିଶ୍ୱକପ ଅଧିନାୟକ ହେବେ କିଏ? ରୋହିତ ନା ହାର୍ଦ୍ଦିକ…

କୋଲକାତା,୨୮।୧୧ : ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ପାଖେଇ ଆସୁଛି। ସମସ୍ତ ଦଳ ଆଗାମୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ଟାଇଟଲ ଉପରେ ଭାରତୀୟ ଦଳ ମଧ୍ୟ ନଜର ରଖିଛି। ଏହାପୂର୍ବରୁ ଏକ ବଡ ପ୍ରଶ୍ନ ଉଠିବାରେ ଲାଗିଛି। ଆଗାମୀ ଟୁର୍ନାମେଣ୍ଟରେ କିଏ ଟିମ ଇଣ୍ଡିଆର ନେତୃତ୍ୱ ନେବେ?

ଦେଶର ବରିଷ୍ଠ କ୍ରିକେଟରମାନେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ପୂର୍ବତନ କ୍ରିକେଟର ଜାହିର ଖାନ କ୍ରିକବଜ ସହ ବାର୍ତ୍ତାଳାପ ସମୟରେ ଏହି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କହିଛନ୍ତି, ’ଟି-୨୦ ବିଶ୍ୱକପରେ ମୁଁ ଭାବୁଛି ଦଳ ଅଭିଜ୍ଞତା ସହିତ ଆଗକୁ ବଢ଼ିବା ଉଚିତ। ଚୟନକର୍ତ୍ତାମାନେ ଅଭିଜ୍ଞ ଖେଳାଳିଙ୍କୁ ଅଗ୍ରାଧିକାର ଦେବା ଉଚିତ।
ଯଦି ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତୀୟ ଦଳର ନେତୃତ୍ୱ ନେବେ ତେବେ ଭଲ ହେବ। ସେ ଦୀର୍ଘ ସମୟ ଧରି ଅଧିନାୟକ ରହିଛନ୍ତି ଏବଂ ଖେଳାଳିମାନଙ୍କୁ ସେ ଭଲ ଭାବରେ ବୁଝନ୍ତି। ମ୍ୟାଚ ସମୟରେ କଠିନ ପରିସ୍ଥିତି ଏବଂ ଚାପକୁ କିପରି ଭଲ ଭାବରେ ପରିଚାଳନା କରିବେ ତାହା ସେ ଜାଣନ୍ତି। ଅବଶିଷ୍ଟ ଖେଳାଳିମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିପାରିବେ । ମୋ କହିବାନୁସାରେ, ସେ ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ଅଧିନାୟକ ହେବା ଉଚିିତ।

ଭାରତୀୟ ଦଳର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ବଡ ଟୁର୍ନାମେଣ୍ଟ ପାଇଁ ସେ ଅଭିଜ୍ଞତାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ରିକବଜ ସହ ବାର୍ତ୍ତାଳାପ ବେଳେ କହିଛନ୍ତି, ’ରୋହିତ ଶର୍ମା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଅଧିନାୟକ ହେବା ଆବଶ୍ୟକ। ସମସ୍ତେ ସ୍ବୀକାର କରିଛନ୍ତି ବିଶ୍ୱକପ ଶେଷ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ ହେବେ, କିନ୍ତୁ ତାଙ୍କ ଆଘାତକୁ ଦେଖି ଅନୁମାନ କରିପାରୁ ନାହିଁ ସେ କେବେ ପଡ଼ିଆକୁ ଫେରିବେ।

ପାର୍ଥିବ ପଟେଲ  କହିଛନ୍ତି, ’ଯଦି ଆଗାମୀ ବର୍ଷ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଜନା କରାଯାଉଛି ତେବେ ଏହା ଠିକ ଅଛି, କିନ୍ତୁ ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ୱକପ ୨୦୨୪ପାଇଁ ଅଧିନାୟକ କରିବା ନିଷ୍ପତ୍ତି ଠିକ ହେବ।’


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri