Posted inଖେଳ

ଜୟ ଶାହାଙ୍କ ପରେ କିଏ ହେବେ ବିସିସିଆଇର ପରବର୍ତ୍ତୀ ସଚିବ, ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୪।୧୧: ଜୟ ଶାହା ଆଇସିସିର ଚେୟାରମ୍ୟାନ ହୋଇଛନ୍ତି ଏବଂ ସେ ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨ ତାରିଖରୁ ଆରମ୍ଭ କରିବେ। ବର୍ତ୍ତମାନ ସୁଦ୍ଧା ଜୟ ଶାହା ବିସିସିଆଇର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଡିସେମ୍ବର ୨ ପରେ ଜୟ ଶାହାଙ୍କ ପଦ କିଏ ଗ୍ରହଣ କରିବ? ଡିସେମ୍ବର ପାଖେଇ ଆସୁଥିବାରୁ ଏହି ପ୍ରଶ୍ନ ଅଧିକ ତୀବ୍ର ହେବାରେ ଲାଗିଛି। ଏହି ପ୍ରଶ୍ନକୁ ନେଇ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ ଜୟ ଶାହାଙ୍କ ପରେ କାହାକୁ ବିସିସିଆଇ ସଚିବ ଦାୟିତ୍ୱ ଦିଆଯାଇପାରେ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏବଂ ଜିଲା କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି ରୋହନ ଜେଟଲୀଙ୍କୁ ଜୟ ଶାହାଙ୍କ ପରେ ବିସିସିଆଇର ସଚିବ କରାଯାଇପାରେ। ରୋହନ ଜେଟଲୀଙ୍କ ବ୍ୟତୀତ ଗୁଜରାଟ କ୍ରିକେଟ ଆସୋସିଏଶନ ସଚିବ ଅନିଲ ପଟେଲଙ୍କ ନାମ ବିସିସିଆଇ ସଚିବ ଦୌଡ଼ରେ ଅଛି। ତେବେ ଏହି ପଦ ପାଇଁ ରୋହନ ଜେଟଲୀ ବେଶୀ ପସନ୍ଦ ବୋଲି ବିବେଚନା କରାଯାଉଛି।

ସୂଚନାଯୋଗ୍ୟ ଯେ ରୋହନ ଜେଟଲୀ ସ୍ବର୍ଗତ ରାଜନେତା ଅରୁଣ ଜେଟଲୀଙ୍କ ପୁଅ ଏବଂ ସେ ଦିଲ୍ଲୀ ଏବଂ ଜିଲା କ୍ରିକେଟ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ରୋହନ ଜେଟଲୀ ବିସିସିଆଇ ସଚିବ ହେବାର ଖବର ବାହାରକୁ ଆସିଥିଲା, ଯାହାକୁ ସେ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏହି ପ୍ରସଙ୍ଗରେ ସରକାରୀ ସୂଚନା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌

ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍‌ ସୁଇପ୍‌ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍‌ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍‌ ରବୀନ୍ଦ୍ର। ସିରିଜ୍‌...

ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ

ନୂଆଦିଲ୍ଲୀ, ୪ା୧୧): ଚଳିତ ମାସ ଶେଷ ସପ୍ତାହରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ହାଇ ପ୍ରୋଫାଇଲ ନିଲାମୀ ସାଉଦି ଆରବ ରାଜଧାନୀ ରିୟାଦରେ ହେବ। ଏ...

ବଡ଼ ଖବର: ନ୍ୟୁଜିଲାଣ୍ଡଠୁ ହାରିବା ପରେ ହଟିବେ ରୋହିତ! ଏହି ୨ ଖେଳାଳି ହୋଇପାରନ୍ତି ଟିମ ଇଣ୍ଡିଆର ଅଧିନାୟକ

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି। ୩ ଟେଷ୍ଟ ମ୍ୟାଚ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଦଳକୁ...

ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ

ମୁମ୍ବାଇ,୪ା୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟଓ୍ବାଶ୍‌ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା।...

ଡବ୍ଲ୍ୟୁଟିସି ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଭାରତ: ଜାଣନ୍ତୁ ଏବେ କ’ଣ ରହିଛି ପରିସ୍ଥିତି

ଦୁବାଇ, ୪ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୩-୦ରେ ଲଜ୍ଜାଜନକ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି...

ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌

ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍‌ ଖେଳାଳିଙ୍କ ଉପରେ ଚାପ...

ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର

ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ...

ବିସିସିଆଇ ଟାର୍ଗେଟରେ ସିନିୟର: ୨ ଖେଳାଳିଙ୍କୁ ଦେଇପାରେ ଅବସର

ମୁମ୍ବାଇ,୩ା୧୧: ସିରିଜ୍‌ ହ୍ବାଇଟ୍‌ ଓ୍ବାଶ୍‌ ପରେ ବିସିସିଆଇର ନଜର କିଛି ସିନିୟର ଖେଳାଳିଙ୍କ ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ସିନିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri