Categories: ଜାତୀୟ

ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ

ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍‌ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ମୁହାଁମୁହିଁ ହେବାରେ ଲାଗିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ପକ୍ଷରୁ ଭାଜପା ବିରୋଧରେ ପ୍ରଦର୍ଶନ କରାଯାଉଛି। ଅପରପକ୍ଷରେ ରାଜସ୍ଥାନ ବାରାଂ ଘଟଣାକୁ ନେଇ ଭାଜପା କଂଗ୍ରେସ ବିରୋଧରେ ଜୟପୁରରେ ରାଜରାସ୍ତାକୁ ଓହ୍ଲାଇଛି। ଭାଜପା ପକ୍ଷରୁ ପ୍ରଦର୍ଶନ କରାଯିବା ସମୟରେ ପ୍ରଦେଶ ଅଧ୍ୟକ୍ଷ ସତିଶ ପୁନିଆଙ୍କୁ ଅଟକ ରଖାଯାଇଛି। ପୁନିଆଙ୍କ ଅଟକକୁ ନେଇ ପୋଲିସ ଏବଂ ଭାଜପାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଫଳରେ ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା ତ ଦୂର କଥା, ମାତ୍ର ଏହି ମାମଲାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ଫାଇଦା ପାଇବା ଲାଗି ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ନ୍ୟାୟ ଦେବ କିଏ ପ୍ରଶ୍ନ ପୀଡ଼ିତା ପରିବାରଙ୍କୁ ଏବେ ଘାରିଛି।

Share