ବେଙ୍ଗାଲୁରୁ,୧୨।୫: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। କର୍ନାଟକ ନିର୍ବାଚନ ଫଳାଫଳର ଅଧିକାଂଶ ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି ତାହା କୁହାଯାଇପାରିବ ନାହିଁ। ଅଧିକାଂଶ ଏକଜିଟ ପୋଲରେ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିବା ଦେଖାଯାଇଛି। ଏଥିସହ ଭାଜପା ଦ୍ୱିତୀୟରେ ଆସିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଜେଡିଏସ ଏକଜିଟ ପୋଲରେ ‘କିଙ୍ଗମେକର’ ଭୂମିକାରେ ନଜର ଆସିଛି। ତେବେ କର୍ନାଟକ ନିର୍ବାଚନରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଉଭୟ ଭାଜପା ଏବଂ କଂଗ୍ରେସ ଦଳ ଦାବି କରିଛନ୍ତି। ତେବେ ଫଳାଫଳ ଆସିଲା ପରେ କର୍ନାଟକରେ କିଏ ସରକାର ଗଢିବ ତାହା ଜଣାପଡିବ।
୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ର୍ନିବାଚନ ଉଭୟ କଂଗ୍ରେସ ଏବଂ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମେ’୧୦ରେ ଭୋଟଗ୍ରହଣ କରାଯାଇଥିଲା।