କାହାକୁ ମିଳିବ ଶଟ୍‌ଡାଉନରେ ଅନୁମତି

ଭୁବନେଶ୍ୱର,୧୯।୪: ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସପ୍ତାହନ୍ତା ଶଟ୍‌ଡାଉନରେ ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଶଟ୍‌ଡାଉନ ସମୟରେ ଯିବା ଆସିବା କରିପାରିବେ। ସେହିପରି ପୋଲିସ ଅଗ୍ନିଶମ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ, ସ୍ବରେଜ, ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ ଯିବା ଆସିବା କରିପାରିବେ। ସେହିପରି ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ହକର ବୁଲି ପାରିବେ। ମାଲ ପରିବହନ, ମାଲ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ଯ୍ୟ ଚାଲୁ ରହିବ। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Share