Categories: ଜାତୀୟ

ଛିଣ୍ଡୁନି ଅଙ୍କ, ବାଚସ୍ପତି ପଦ ନେଇ ଟଣାଓଟରା

ନୂଆଦିଲ୍ଲୀ,୧୧।୬: ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରୀପଦ ବଣ୍ଟନ ପରେ ଏବେ ବାଚସ୍ପତି ପଦ ଉପରେ ନଜର ରହିଛି। ଏଥର ଭାଜପାକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ବାଚସ୍ପତି ପଦ ଲାଗି ସହଯୋଗୀଙ୍କ ସହିତ ବିଚାରବିମର୍ଷ ଚାଲିଛି।

ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ଦଳ ଟିଡିପି ଏବଂ ଜେଡିୟୁ ବାଚସ୍ପତି ପଦକୁ ନେଇ ଟଣାଓଟରା ହୋଉଥିବା ଜଣାପଡିଛି। ନୀତୀଶ ଚାହୁଛନ୍ତି ତାଙ୍କ ଦଳର ଏମ୍‌ପିଙ୍କୁ ବାଚସ୍ପତି କରାଯାଉ। ଚନ୍ଦ୍ରବାବୁଙ୍କର ମଧ୍ୟ ଦାବି ରହିଛି ଯେ ତାଙ୍କ ଦଳକୁ ଏହି ମର୍ଯ୍ୟାଦାଜନକ ପଦବୀ ମିଳୁ। କିନ୍ତୁ ଭାଜପା ଏଥିପାଇଁ ପ୍ରସ୍ତୁତ ନୁହେଁ, ଯାହାକୁ ନେଇ ଅଚଳାବସ୍ଥା ଆରମ୍ଭ ହୋଇଛି।

Share