ସୁଭଦ୍ରା ଟଙ୍କା ୯ରେ ଆସିବ କି ନାହିଁ? ସହଜରେ ଏମିତି କରନ୍ତୁ ଚେକ୍‌…

ଭୁବନେଶ୍ୱର,୬।୧୦: ଆଉ ମାତ୍ର ୩ ଦିନ ବାକି । ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର ୪୦ ଲକ୍ଷ ହିତାଧିକାରୀଙ୍କୁ ସରକାର ଟଙ୍କା ପ୍ରଦାନ କରିବେ । ଏହି ଟଙ୍କା ଆସନ୍ତା ୯ତାରିଖରେ ମିଳିବାକୁ ଯାଉଛି। ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି କେଉଁମାନେ ଟଙ୍କା ପାଇବେ ଓ କେଉଁମାନେ ଟଙ୍କା ପାଇବେ ନାହିଁ ସେ ନେଇ ଏବେ ବି କିଛି ଜଣଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିିଛି । ଯଦି ଆପଣ ବି ଜଣେ ହିତାଧିକାରୀ ତେବେ ଆସନ୍ତୁ ଜାଣିବା କେମିତି ଚେକ କରିବେ….

ଯଦି ଆପଣ ସୁଭଦ୍ରାରେ ଆବଦେନ କରିନାହାଁନ୍ତି ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୭ ଭିତରେ ତୁରନ୍ତ ଆପ୍ଲାଏ କରନ୍ତୁ । କିନ୍ତୁ ଯେଉଁମାନେ ଆପ୍ଲାଏ କରିଛନ୍ତି, କିନ୍ତୁ କେମିତି ଜାଣିବେ ସେହିଦିନ ଟଙ୍କା ପାଇବେ କି ନାହିଁ ଆସନ୍ତୁ ଜାଣିବା।

ଆପଣ ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର ଷ୍ଟାଟସ ଦେଖି ପାରିବେ । ଯାହା ଫଳରେ ଆପଣଙ୍କ ଆବେଦନ ପେଣ୍ଡିଙ୍ଗ ଅଛି ରିଜେକ୍ଟ ହୋଇଛି ଜଣା ପଡିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।

ସୁଭଦ୍ରାର ଫର୍ମ ପୂରଣବେଳେ ତାର ପଞ୍ଜିକରଣ ଫର୍ମ ସହ ଆପଣଙ୍କୁ କିଛି ଜରୁରୀ ଡକ୍ୟୁମେଣ୍ଟ ଦେବାକୁ ପଡିବ। ଯଦି ଆପଣ ଏହି ଦରକାରୀ ଡକ୍ୟୁମେଣ୍ଟ ଦାଖଲ କରି ନ ଥିବେ ଓ ଫର୍ମରେ ଠିକ ସୂଚନା ଦେଇ ନଥିବେ ତେବେ ଆପଣଙ୍କ ଆବେଦନ କଟି ଯାଇପାରେ। ଏହାପରେ ବି ଆପଣ ପୁନଃ ଆବେଦନ କଲେ ଆପଣଙ୍କୁ ଟଙ୍କା ମିଳିବ ନାହିଁ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆପଣଙ୍କୁ ଆଧାରର ଜେରକ୍ସ ସହ ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ବି ସଠିକ ଭାବେ ଦେଇଥିବା ଦରକାର।