Categories: ଜାତୀୟ

ମୋଦି ସରକାର ୩.୦ରେ କାହାକୁ ମିଳିବ କେଉଁ ମନ୍ତ୍ରଣାଳୟ?

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଜୁନ ୯ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୭୧ ମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଥିଲେ। ପ୍ରଥମ କ୍ୟାବିନେଟ ବୈଠକ ସୋମବାର ସାରେ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।ତେବେ ମୋଦି କ୍ୟାବିନେଟରେ କାହାକୁ କେଉଁ ମନ୍ତ୍ରଣାଳୟ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ବୈଠକ ପରେ ଚିତ୍ର ସ୍ପଷ୍ଟ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଦି ସରକାରଙ୍କ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ ଲୋକଙ୍କ ପାଇଁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାା ମଧ୍ୟ ରାତ୍ରୀ ଭୋଜନ ଆୟୋଜନ କରିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ରେକର୍ଡକୁ ସମାନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପରି, ଏଥର ଅମିତ ଶାହା, ରାଜନାଥ ସିଂ, ନିତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠଙ୍କ ନାମ ମଧ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଏଚଡି କୁମାରସ୍ବାମୀ, ପୀୟୁଷ ଗୋୟଲଙ୍କ ଭଳି ବଡ ନେତାଙ୍କ ନାମ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛି।

Share