ଭାଜପାରେ ବଡ଼ ହଲଚଲ, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ୱର,୧୧।୯: ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍‌ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ ସଭା ପଠାଇବ କି? ତେବେ ଏନେଇ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି। ମନମୋହନଙ୍କ ସହିତ ଭାଜପାର କୋର ଟିମ୍‌ ମଧ୍ୟ ଅଛନ୍ତି।

ତେବେ ଭାଜପା ସୁଜିତଙ୍କୁ ପୁଣି ରାଜ୍ୟ ସଭା ପଠାଇବ କି ନାହିଁ ତାହା BJPର କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେବେ। ଏହି ଆଲୋଚନା ପାଇଁ ଭାଜପା ସଭାପତି ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି। ଏଥିସହ ରାଜ୍ୟ ଭାଜପା ସଙ୍ଗଠନକୁ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।

ସୂଚନାଥାଉ କି, ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛିଦିନ ପୂର୍ବରୁ ଏନେଇ ବଡ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସୋମବାର ଗଣାମଧ୍ୟରେ ସେ କହିଥିଲେ, ଦଳର ସର୍ବୋଚ୍ଚ ନେତା ତଥା ପାର୍ଲିଆମେଣ୍ଟ କମିଟି ଶେଷ ନିଷ୍ପତ୍ତି ନେବେ। ବିଜେଡିକୁ ରାଜ୍ୟବାସୀ ଲମ୍ବା ସମୟ ଧରି ଆଶୀର୍ବାଦ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ଲୋକେ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଛନ୍ତି। ତେବେ ବିଧାୟକ ସଂଖ୍ୟା ଦେଖିଲେ ଭାଜପାର ପ୍ରାର୍ଥୀ ରାଜ୍ୟ ସଭା ଯିବା ନିଶ୍ଚିତ।

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ କୌଣସି ଲୋକ ସଭା ଆସନ ମିଳି ନ ଥିଲା ବେଳେ ଏବେ ରାଜ୍ୟ ସଭାରେ ଦଳର ଶକ୍ତି ହ୍ରାସ ପାଇଁ ଚାଲିଛି। ପ୍ରଥମେ ମୟୁରଭଞ୍ଜର ଟାଣୁଆ ମହିଳା ନେତ୍ରୀ ମମତା ମହନ୍ତ ରାଜ୍ୟ ସଭା ସହିତ ଦଳରୁ ଇସ୍ତଫା ଦେଇ ଭଜାପରେ ମିଶିଥିଲେ। ଏହାରି ମଧ୍ୟରେ ସେ ପୁନର୍ବାର ଭାଜପାରୁ ରାଜ୍ୟ ସଭାକୁ ଯାଇ ସାରିଥିବା ବେଳେ ତାଙ୍କ ପଛେ ପଛେ ସୁଜିତ କୁମାର ରାଜ୍ୟ ସଭା ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭଜାପରେ ଯୋଗ ଦେଇଛନ୍ତି।

ତେବେ ମମତାଙ୍କ ଭଳି ଭାଜପା ସୁଜିତଙ୍କୁ ମଧ୍ୟ ପୁନର୍ବାର ରାଜ୍ୟ ସଭା ପଠାଇପାରେ। କାରଣ ସୁଜିତଙ୍କର କାର୍ଯ୍ୟକାଳ ଖୁବ କମ ସମୟ ଆଉ ବାକିଥିଲା। ତେଣୁ ଭାଜପା ସ୍ବଳ୍ପ ସମୟ ପାଇଁ ଦଳର ଅନ୍ୟ କୌଣସି ନେତାଙ୍କୁ ନ ପଠାଇପାରେ। ଏହା ବ୍ୟତୀତ ସୁଜିତଙ୍କୁ ପୁନର୍ବାର ରାଜ୍ୟ ସଭା ପଠାଇ ବିଜେଡିର ଅନ୍ୟ ନେତାମାନଙ୍କୁ ମଧ୍ୟ ଜଣାଇଦେବାକୁ ଚାହିଁବା କି ଦଳରେ ଯୋଗ ଦେଉଥିବା ନେତାମାନଙ୍କୁ ଭାଜପାରେ ଅଗ୍ରାଧିକାର ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଫେବୃଆରୀ ୧୩ରୁ ବଜେଟ ଅଧିବେଶନ

ଭୁବନେଶ୍ୱର, ୨୧।୧: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ...

ଓଡ଼ିଆ ଭାଷାରେ MBA ଶିକ୍ଷା ପାଇବେ ଓଡ଼ିଶାର ଛାତ୍ରଛାତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର, ୨୧।୧: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଓଡ଼ିଆ MBA ପୁସ୍ତକ ପ୍ରସ୍ତୁତ କରିଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ MBA...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ଘଟଣା! ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ,୨୧।୧(ପ୍ରେମାନନ୍ଦ ଖମାରୀ): ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ...

ସ୍କୁଟିକୁ ଧକ୍କା ଦେଲା ଟ୍ରକ; ୨ ନାବାଳିକା ମୃତ, ଜଣେ ଗୁରୁତର

ବଣାଇଁ,୨୧।୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନା ରାଜମୁଣ୍ଡା ବାଇପାସରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ୍ୟୁ ବରଣ...

ଟ୍ରେନ୍‌ ଉପରକୁ ଚଢ଼ିଗଲେ ବୃଦ୍ଧ, ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ...

ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର୍ସ ନିକଟରେ କମ୍ପି ଉଠିଥିଲା ଅଞ୍ଚଳ, ୨ ଶହ ବାଇକ୍ ଜବତ

ଭୁବନେଶ୍ୱର,୨୧।୧: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ବିକଟାଳ ଶବ୍ଦ କରି ସହରରେ ଆତଙ୍କ ଖେଳାଉଥିବା ଅସାମାଜିକ ବାଇକ୍ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି କମିଶରେଟ୍ ପୋଲିସ। ସକାଳୁ...

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ Task Force ଗଠନ

ଭୁବନେଶ୍ୱର,୨୧।୧: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଯେଉଁ Task Force ଗଠନ କରାଯାଇଛି। ସେଥିରେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image